କାଳୀ ପୂଜା ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ନୁଆହାଟ ଚଳଚଞ୍ଚଳ

କାମାକ୍ଷାନଗର– ପାର୍ବଣରେ ମା’ କାଳୀ ଙ୍କ ପୂଜା ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ନୁଆହାଟ ଚଳଚଞ୍ଚଳ । ପ୍ରତିବର୍ଷ ଧୂମଧାମରେ ପୂଜା ଅନୁଷ୍ଠିତ ହୁଏ, ହେଲେ ଏହି ମହାମାରୀ କରୋନା ସକାଶେ କଟ କଣା ମଧ୍ୟରେ କେବଳ ବିଧି ବିଧାନ ରଖିବାକୁ ଯାଇ ନୀତି କାନ୍ତି ଭିତରେ ମଣ୍ଡପରେ ଛୋଟିଆ ମୂର୍ତ୍ତୀ ପୂଜା କରାଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ମୃଦଙ୍ଗା ନୁଆହାଟ ରେ ପ୍ରାୟ ୩୩ ବର୍ଷ ହେଲା ବଡ ଧୂମଧାମରେ ମା କାଳୀ ଙ୍କ ପୂଜା ହୋଇ ଆସୁଛି । ମେଢ଼ ,ମଣ୍ଡପ ଓ ସାଜସଜ୍ଜା ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ । ପଞ୍ଚାୟତବାସୀ ମାନେ ଅନେଇ ରହିଥାନ୍ତି ଏହି ପୂଜାକୁ। ଅମାବସ୍ୟା ରୁ ପୂଜା ଆରମ୍ଭ ହୋଇ ୭ ଦିନ ଧରି ଧୁମଧାମରେ ଅନୁଷ୍ଠିତ ହୁଏ। ରଙ୍ଗିନ ଆଲୋକ ମାଳାରେ ନବବଧୂ ପରି ସଜେଇ ହୁଏ ପୂରା ପୁରା ଅଞ୍ଚଳ। ବନ୍ଧୁ ବାନ୍ଧବ ଙ୍କ ସହ ପିଠା ପଣାରେ ପ୍ରତିଟି ଘର ପୁରି ଉଠେ। ମୀନା ବଜାର ସହ ଏକାଧିକ ଅପେରା ପାର୍ଟି ବି ପଡେ। ଏଠାକାର ପୂଜା ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଆସନ୍ତି। ଚଳିତ ବର୍ଷ ଏହି ମହାମାରୀ କରୋନା ସକାଶେ ସମସ୍ତଙ୍କ ମନ ଫିକା ପଡି ଯାଇ ଛି କାରଣ ଆଉ ବଡ ମୂର୍ତ୍ତି କରା ଯାଇ ନାହିଁ । ସାଉଣ୍ଡ ନାହିଁ, ଲାଇଟ୍ ନାହିଁ କି ଡେକୋରେଶନ ବି ନାହିଁ । ପୂଜା ମଣ୍ଡପ ବି ସାଜ ସଜା ହୋଇ ନାହିଁ । ପୂର୍ବବର୍ଷ ପରି ଆଉ ମୀନା ବଜାର ପଡିନି। ପ୍ରକୃତରେ କହିବାକୁ ଗଲେ ଏଥର ପୂଜାର ମଜା କରୋନା ହଜାଇ ଦେଇଛି।ସରକାରଙ୍କ କରୋନା କଟକଣାକୁ ମାନି ଏଠାରେ ସମସ୍ଥେ ପୂଜା କରିଛନ୍ତି। ମାଙ୍କ ନିକଟରେ ଦିପ ଜାଳି ବିଶ୍ବରୁ କରୋନାକୁ ଦୁରେଇ ଦେବାକୁ ପାର୍ଥନା କରିଛନ୍ତି।

ରିପୋର୍ଟର-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *