ଗୋପିନାଥ ଦେବ ମନ୍ଦିର ପରିସରରେ ୧୪୪ ଧାରା ଜାରି

ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୨ ତାରିଖରେ ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ହେବା ଏବଂ କରୋନା ବ୍ୟାପୁବା ଆଶଙ୍କା ଥିବାରୁ ଏହି କଟକଣା ଯାରି କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର ୪ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଯାରି କରିଛନ୍ତି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ପାଳିତ ହେବ । କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶାନୁମତି ରହିବ । ମନ୍ଦିର ପରିସରରେ ଭିଡ ନହେବା ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟିକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *