ପୋଖରୀରେ ବୁଡି ବୃଦ୍ଧ ମୃତ


କାମାକ୍ଷାନଗର,୧୩/୧୧– ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ତଥା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ମାଣିତିରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଜଣେ ୬୮ ବର୍ଷୀୟ ବୃଦ୍ଧ ସକାଳେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ବୃଦ୍ଧ ଜଣଙ୍କ ଏହି ଗ୍ରାମରର ନିତ୍ୟନନ୍ଦ ନାଥଙ୍କ ପତା ନିଳମଣୀ ନାଥ । ସେ ପ୍ରତ୍ୟେକ ଦିନ ପୋଖରୀକୁ ଗାଧୋଇବା ପାଇଁ ଯାଆନ୍ତି । ଦୁର୍ଭାଗ୍ୟ ବଶତଃ ଆଜି ପୋଖରୀ ଭିତରେ ବୁଡି ଯାଇଥିଲେ । ଏ ଖବର ଅଗ୍ନିଶମ ବିଭାଗକୁ ଦେବା ପରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ନିଳମଣୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି । ସୂଚନା ଥାଉକି ଏ ସମ୍ପର୍କରେ ମୃତକଙ୍କ ପୁଅ ନିତ୍ୟାନନ୍ଦ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *