ଢେଙ୍କାନାଳ ସହରରେ CBI ରେଡ୍

କାମାକ୍ଷାନଗର– ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଜୁବୁଲି ଟାଉନ କଲୋନି ସାହିରେ ଆଜି ସିବିଆଇ ରେଡ୍ କରୁଥିବା ଅବସ୍ଥାରେ ସିବିଆଇ ଟିମ୍ ଉପରକୁ ଆକ୍ରମଣ ହୋଇଛି।ଚାଇଲଡ ପର୍ଣ ସାଇଟ୍ କରି ବିପୁଳ ଅର୍ଥ କାରବାର କରୁଥିବା ମାମଲାର ଯାଞ୍ଚ ପାଇଁ ଦିଲ୍ଲୀ ରୁ ଢେଙ୍କାନାଳ ଆସିଥିବା CBI ଟିମ ଉପରେ ସ୍ଥାନୀୟ କିଛି ମହିଳା ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଚାପା ଉତେଜନା ଲାଗିରହିଥିଲା।ଏକ ଚାଇଲଡ଼ ପର୍ଣ୍ଣ ସାଇଡ ଖୋଲି କରୁଥିଲେ ବିଦେଶୀ ଟଙ୍କା ଉପାର୍ଜନ କରୁଥିବାର ସୂଚନା ପାଇ ଆଜି ଦିଲ୍ଲୀରୁ ସିବିଆଇର ଏକ ପାଞ୍ଚ ଜଣିଆ ଟିମ ଢେଙ୍କାନଳ ସହର ଜୁବୁଲି ଟାଉନର ମିଥୁନ ନାୟକ ନାମକ ଜଣେ ଯୁବକଙ୍କ ଘରେ ଚଢ଼ାଉ କରିଥିଲେ ସିବିଆଇ ଟିମ୍ । ମଙ୍ଗଳବାର ସକାଳୁ ଏହି ଚଢ଼ାଉ କରି ମିଥୁନଙ୍କୁ ଅଟକ ରଖି ତାଙ୍କ ଘରେ ଜେରା କରୁଥିଲେ ସିବିଆଇ ଅଧିକାରୀ । ତେବେ ଅତ୍ୟଧିକ ବିଳମ୍ବ ସାଙ୍ଗକୁ ମିଥୁନଙ୍କୁ ଛାଡୁ ନଥିବାରୁ ତାଙ୍କ ବସ୍ତି ବାସିନ୍ଦା ଅପରାହ୍ନରେ ଏହି ସିବିଆଇ ଟିମକୁ ତୀଵ୍ର ବିରୋଧ କରିଛନ୍ତି । ଏପରିକି ମହିଳା ମାନେ ହାତରେ ଠେଙ୍ଗା ବାଡି ଧରି ସିବିଆଇ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଟାଉନ ଅଧିକାରୀ ଓ ପୁଲିସ ଟିମ ପହଞ୍ଚି ସିବିଆଇ ଅଫିସରଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି । ତେବେ ଏ ସମ୍ପର୍କରେ ସିବିଆଇ ଟିମ କିଛି ପାଟି ଖୋଲୁ ନଥିବାବେଳେ ପର୍ଣ୍ଣ ସାଇଟ୍‌ ଖୋଲି ବିଦେଶୀ ଟଙ୍କା ରୋଜଗାର କରୁଥିବା ସୂଚନା ପାଇ ସାଇବର କ୍ରାଇମ ଓ ଚାଇଲଡ଼ ପର୍ଣ୍ଣ ପରି ବେଆଇନ କାରବାର ଓ ବିଦେଶୀ ଟଙ୍କା ନେଇ ସିବିଆଇ ଏହି ଯାଞ୍ଚ କରୁଥିବା ଜଣାପଡିଛି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *