ମନ୍ତ୍ରୀଙ୍କ ପ୍ରେସ ମିଟକୁ ଜିଲ୍ଲା ପ୍ରେସ କ୍ଲବ କେନ୍ଦୁଝର ପକ୍ଷରୁ ବର୍ଜନ
ଆଜି କେନ୍ଦୁଝରରେ ସ୍ମାର୍ଟ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଭରଚୁଆଲ ମୋଡ଼ ବୈଠକ ଥିବା ବେଳେ ଏହି ବୈଠକକୁ ବାରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଅପରାହ୍ନ ୧୧.୩୦ମି.ରେ କାର୍ଯ୍ୟକ୍ରମ ଥିବାବେଳେ କାର୍ଯ୍ୟକ୍ରମ ସରିବା ପରେ କେବଳ ପ୍ରେସ କୁ ମନ୍ତ୍ରୀ ସୁଦାମ ମାରାଣ୍ଡି ସମ୍ଭୋଧନ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଏପରି ଆଚରଣ ସାମ୍ବାଦିକଙ୍କ ପ୍ରତି ଅପମାନ ବୋଲି ଜିଲା ପ୍ରେସ କ୍ଲବ କେନ୍ଦୁଝର ପକ୍ଷରୁ କୁହାଯାଇଛି । ଏନେଇ ଆଜି ଅପରାହ୍ନ ୧୧ଟାରେ ପ୍ରେସ କ୍ଲବର ଏକ ଜରୁରୀ କାଳୀନ ବୈଠକ ବସି ମନ୍ତ୍ରୀଙ୍କ ପ୍ରେସ ମିଟକୁ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
