କୋଣାର୍କ ଟେମ୍ପଲ ପ୍ରେସମିଟ
କୋଣାର୍କ ଚନ୍ଦ୍ରଭାଗାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ହେବା ପାଇଁ କିଛି ସଙ୍ଗଠନ ଉଦ୍ୟମ ଆରମ୍ଭ କରିଥିବାବେଳେ ଏନେଇ ବିବାଦ ଦେଖାଦେଇଛି। ସମ୍ପୁର୍ଣ୍ଣ ସରକାରୀ ଜାଗା ଉପରେ ମନ୍ଦିର ନିର୍ମାଣ ଆରମ୍ଭ କରାଯାଉଥିବାରୁ ଯୁବ ଅଧିବକ୍ତା ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। କୋଣାର୍କ ମନ୍ଦିର ନିକଟରେ ଆଉ ଏକ ମନ୍ଦିର ନିର୍ମାଣ କରାଗଲେ ମୂଳ କୋଣାର୍କ ମନ୍ଦିର ର ଗାରିମା ହ୍ରାସ ପାଇବ ବୋଲି ମତପ୍ରକାଶ ପାଇଛି। ଏଣୁ ମନ୍ଦିର ନିର୍ମାଣ କୁ ତୁରନ୍ତ ବନ୍ଦ କରିବା ପାଇଁ ଯୁବ ଅଧିବକ୍ତା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଜିଲ୍ଲାପାଳ ଏଭଳି ଅଭିଯୋଗ ପାଇବା ପରେ ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ତେହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ନିର୍ମାଣ ଯାଗା ସମ୍ପୂର୍ଣ୍ଣ ସରକାରୀ ହୋଇଥିବା ଅଭିଯୋଗ ଉପରେ ପୂର୍ବରୁ ରାଜସ୍ୱ ନିରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା ନୋଟିସ। ସେଠାରେ ନିର୍ମାଣ ବେଆଇନ ଦର୍ଶାଇ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରୁଛନ୍ତି ଗୋପ ତହସିଲଦାର। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା। ଗତକାଲି ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ ରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ କରିବା ପାଇଁ ଏକ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।
