କାଳବୈଶାଖୀ ଦାଉ ସିକାଡ଼ିି ଗ୍ରାମରେ ୯ ପରିବାର ଘର ଛାରଖାର।

ଫୁଲବାଣୀ:-୦୩/୦୫ ଋତୁ ପରିବର୍ତ୍ତନ ପାଇଁ ଦିନକୁ ଦିନ ପ୍ରକୃତି ଅଶାନ୍ତ ହେବାରେ ଲାଗିଛି। ଅଦିନିଆ ବର୍ଷା ସହିତ ଝଡ଼ ତୋଫାନ ବିଜୁଳି ଘଡଘଡି ବଜ୍ର ପାତରେ ରେ ପରିଣତ ହୋଇ ବହୁ ଧନ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛି। ହେଲେ ଠିକ୍ ଋତୁରେ ଯାହା ହେବାକଥା ତାହା ନ ହୋଇ ଅନ୍ୟ ସମୟରେ ସେସବୁ ହେଇଛି ଯାହା ଫଳରେ ପ୍ରାକୃତିକ ବିପର୍ଯ୍ୟସ୍ତ ହେଉଛି ଗଭେଶକ ମାନେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହେଉନାହିଁ। ଏହାର କାରଣ ଜଙ୍ଗଲ ଅବ କ୍ଷୟ ବୃକ୍ଷଲତା ଲୋପ ପାଉଥିବା ଯୋଗୁଁ ବୋଲି ବୁଦ୍ଧିଜୀବି ମାନଙ୍କ ଆଲୋଚନାରୁ ଶୁଣିବାକୁ ମିଳୁଛି।ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଆଗ୍ନି ବର୍ଷା ହେଉଥିବା ବେଳେ। ପୁଣି କାଳବୈଶାଖୀ ପ୍ରବେଶ ସମସ୍ତଙ୍କୁ ହତଚକିତ କରି ପକାଉଛି। କିଛି ଦିନ ହେଲାଣି ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି ସନ୍ଧ୍ୟା ସମୟ ହେଲା ମାତ୍ରକେ ଘଡ଼ଘଡ଼ି ବିଜୁଳି ଓ ପବନ ସହିତ ବଜ୍ରପାତ ସୃଷ୍ଟି ହୋଇ ବହୁ କ୍ଷୟକ୍ଷତି ଘଟାଇଛି ଅନେଜ ଜୀବନ ମଧ୍ୟ ନେଇ ସାରିଲାଣି। ଆଗକୁ ଗ୍ରୀଷ୍ମ ପ୍ରବାହ ସମ୍ପୂର୍ଣ୍ଣ ରହିଛି ଆଉରି କଣ ନ ହେବ କିଏବା କହି ପାରିବ। ଏଭଳି ପ୍ରକୃତି ଦାଉ ସାଧିବା ଦ୍ଵାରା ବିଶେଷ କରି ଦୁର୍ଗମ ଅପହଞ୍ଚ ଇଲାକା ଅଞ୍ଚଳର ଜନ ସାଧାରଣ ଦୁର୍ଦ୍ଦଶା ଭୋଜି ଜୀବନ ହାରୁଛନ୍ତି ବେସାହାରା ହେଉଛନ୍ତି। ଗତ ତିନଦିନ ହେଲାଣି ଲଗାତର କାଳ ବୈଶାଖୀ ସୃଷ୍ଟି ହୋଇ ଅନେକ କ୍ଷତି ହେଲାଣି ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସିକାଡ଼ିି ଗ୍ରାମରେ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଦୁର୍ଗମ ଅଞ୍ଚଳ ଵିଲାବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ଇଲାକା ରେ ସିକାଡ଼ି ଗ୍ରାମ ଅବସ୍ଥିତ।

ଆଦିବାସୀ ବର୍ଗର ଏହି ଗ୍ରାମରେ ପାଖା ପାଖି ୪୫ ପରିବାର ରହୁଥିବା ବେଳେ ୨୦୦ ପାଖା ପାଖି ଜନସଂଖ୍ୟା ରହିଛି। ଗମନା ଗମନରସୁବିଧା ନଥିବା ଯୋଗୁଁ ସରକାରୀ ଯୋଜନା ଏଠାରେ ସ୍ବପ୍ନ ସଦୃଶ୍ୟ ହୋଇଛି। ନେତା ମନ୍ତ୍ରୀ ସରକାରି ବାବୁଙ୍କ ମଧ୍ୟ ଲୋକଙ୍କୁ ଦେଖା ହେବାରେ ସ୍ବପ୍ନ ହୋଇଛି। ଗାଁକୁ କୌଣସି ଜିନିଷ ଗାଡ଼ିରେ ନେ଼ଇ ହେଉ ନ ଥିବା ଯୋଗୁଁ ଲୋକେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଆବାସ ଯୋଜନା ଗୃହ ନିର୍ମାଣ କରିବାରେ ବିଫଳ ହେଉଛନ୍ତି। ଘର ତିଆରି ଉପ କରଣ ପହଞ୍ଚିବା ସକ୍ଷମ ହେଉନାହିଁ। ଯିଏ ଭଲ ଘରଟିଏ କରିବାକୁ ଚାହୁଁଛି ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ତେଣୁ ଏହି ଗ୍ରାମର ସମସ୍ତ ପରିବାର ଗରିବ ହୋଇଥିବା ଯୋଗୁଁ ସମସ୍ତେ ମାଟିକାନ୍ଥ ଓ ଚାଲ ଛପର ଘର ନିର୍ମାଣ କରି ରହିଛନ୍ତି। କିଛି ପରିବାର ନିଜ କନ୍ଧରେ ଆଜବେଷ୍ଟ କିମ୍ବା ଟିଣ ବୋହି ନେଇ ମଧ୍ୟ ଛପର କରିଛନ୍ତି। ହେଲେ ଅତ୍ୟନ୍ତ ଦୁଃଖର ବିଷୟ ବର୍ତ୍ତମାନ କାଳବୈଶାଖୀ ଏହି ଗ୍ରାମର ଦୁଃଖିକୁ ଦୁଃଖ ଅଜାଡ଼ି ଦେଇଛି। ଦୁଇଦିନ ହେବ କାଳବୈଶାଖୀ ପ୍ରାୟ ୧୦ ରୁ ଉର୍ଦ୍ଧ ପରିବାରର ଘର ଗୁଡ଼ିକୁ ଛାରଖାର କରିଦେଇଛି। ଫଳରେ ସେହି ପରିବାରଙ୍କ ଦହନୀୟ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ଯୋ ଦ୍ୱାରା ସେମାନେ ଶନିବାର ଦିନ ସରକାରୀ ସହାୟତା ଯୋଗାଇଦେବା ପାଇଁ ରାଜସ୍ଵ ବିଭାଗ ଓ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ଭୁକ୍ତା ଓ ସମିତିସଭ୍ୟା ସୁଷମା ମଲିକ ସମେତ ସମାଜସେବୀ ବୈଦ୍ୟନାଥ ବେହେରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ପରିବାରକୁ ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ସରକରଙ୍କୁ ନିବେଦନ କରିଛନ୍ତି। କ୍ଷତିଗ୍ରସ୍ତ ପରିବାର ହେଲେ ବିଦ୍ୟାବତି କହଁର, ଅମ୍ବିକା ବେହେରା,ସପୁର କହଁର, ରଶ୍ମିତା କହଁର,ମାଧବ କହଁର, ପରାଶର କହଁର,ପ୍ରଶାନ୍ତ କହଁର,କଶ୍ୟପ,କେଶବ ଓ ଅନ୍ୟମାନେ ଆଜି ରାଜସ୍ଵ ବିଭାଗ ନୀରିକ୍ଷକ ଲିଖିତ ଆବେଦନ କରିଛନ୍ତି। ଏବେ ଏହି ପରିବାର ମାନେ ଅନ୍ୟ ପରିବାରର ଙ୍କ ଠାରେ ଆଶ୍ରୟ ନେଇ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି। ଏ ବାବଦରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଙ୍କୁ ପଚାରିବାରୁ ଯଥା ଶୀଘ୍ର ତଦନ୍ତ କରି ସରକାରୀ ସହାୟତା ଯୋଗାଇଦେବାକୁ ପ୍ରକାଶ କରିଛନ୍ତି। ଏପଟେ କାଳବୈଶାଖୀ ତାର ତାଣ୍ଡବ ଲୀଳା ଜାରି ରହିଛି।

Leave a Reply

Your email address will not be published. Required fields are marked *