ମତୋରେ ନବନିର୍ମାଣ କୃଷକ ସଂଗଠନର ବିଜୟ ଉତ୍ସବ
ଭଦ୍ରକ :୨୦/୧୧:- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ଠାରେ ଆଜି ନବନିର୍ମାଣ କୃଷକ ସଂଗଠନର ବିଜୟ ଉତ୍ସବ ପାଳନ ହୋଇଥିବା ବେଳେ ଏହି ଉତ୍ସବରେ ଚାନ୍ଦବାଲି ବ୍ଲକର ସଭାପତି କୃଷ୍ଣ ଚନ୍ଦ୍ର ବିଶ୍ବାଳ ସଭାପତିତ୍ବ କରିଥିଲେ। ଏହି ବିଜୟ ଉତ୍ସବରେ ମିଠା ବଣ୍ଟନ କରାଯାଇଥିଲା। ଧାନର ମୁଲ୍ୟ ସର୍ବନିମ୍ନ ଚଳିତ ବର୍ଷ ୩୦୦୦ଟଙ୍କା କେନ୍ଦ୍ର ସରକାର ଧାର୍ଯ୍ୟ କରି କିଣାଯିବା ପାଇଁ ଦାବିମଧ୍ୟ କରିଛନ୍ତି। ଯଦି ଏହା କେନ୍ଦ୍ର ସରକାର ଲାଗୁ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନ ଚାଲୁରହିବ ବୋଲି ସେମାନେ କହିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
