ଦିନିକିଆ ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କାମାକ୍ଷାନଗର– ଦିନିକିଆ ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ମୁଖ୍ୟ ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ପହଞ୍ଚି କାର ଯୋଗେ ମିନି ଷ୍ଡାଡିୟମର ସଭା ସ୍ଥଳରେ ପହଞ୍ଚି ଥିଲେ । ମିନି ଷ୍ଟାଡିୟମ ଠାରେ ଏକ ସଭାରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ସ୍ମଟ ହେଲର୍ଥ କାର୍ଡ଼ ହିତାଧିକାରୀ ମାନଙ୍କୁ କାଡ ପ୍ରଦାନ କରିଥିଲେ । ଏହା ସହିତ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପ ଉଦ୍ଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କରିଥିଲ । ଏହି ସଭାରେ 5T ସଚିବ ଭି କେ.ପାଣ୍ଡିଆନ, ଖଣି ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧର କୁମାର ସାମଲ, ପରଜଙ୍ଗ ବିଧାୟକ ଡ. ନୃସିହସାହୁ, ହିନ୍ଦୋଳ ବିଧାୟିକା ସିମା ରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଚଳଚିତ୍ର ଅଭିନେତା ଆକାଶ ଦାସ ନାୟକ, ଓ ବରିଷ୍ଟ ନାରୀନେତ୍ରୀ ସୁଲତା ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ରାଜ୍ୟସରକାରଙ୍କର ଗଣ ଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ସେହି ସଭାରେ ସ୍ଵୟ ସହାୟକ ଗୋଷ୍ଠି ବିଜେଡି ବରିଷ୍ଟ ନେତା, କର୍ମି ଓ ମହିଳା କର୍ମି ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କର ଏହି ସ୍ଵାସ୍ଥ୍ୟ କାର୍ଡ ଯୋଜନାରେ ପ୍ରାୟ ୯ଲକ୍ଷ ହିତାଧିକାରୀ ଲାଭବାନ ହେବେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲ। ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।ମିନି ଷ୍ଟାଡିୟମ ଚତୁର୍ଦିଗକୁ ସ୍ୱତନ୍ତ୍ର ବ୍ୟାରିକେଟ କରାଯାଇଛି।ସାଧାରଣ ପ୍ରବେଶକୁ ବାରଣ କରାଯିବ। ସୁରକ୍ଷା ଦୃଷ୍ଟିରୁ ମୋଟ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସୁରକ୍ଷା
