ଧାମନଗର ଛକ ନିକଟରେ ମର୍ମତୁକ ସଡ଼କ ଦୁର୍ଘଟଣା । ଟ୍ରକକୁ ଧକା ଦେଲା କାର
ଭଦ୍ରକ :୨୦/୧୧: ଟ୍ରକ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଥିଲା ।ଘଟଣା ସ୍ଥଳରେ ଭଣ୍ଡାରି ପୋଖରୀ ଅଗ୍ନିଶମ ବିଭାଗ ର ରମାକାନ୍ତ ମଲ୍ଲିକ ୩୦ ମିନିଟ୍ ର କଠିନ ପରିଶ୍ରମ ଫଳରେ ଡ୍ରାଇଭର କୁ ବଞ୍ଚାଇବାକୁ ସକ୍ଷମ ହେଇଥିଲେ ।ତେବେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ବହୁ ସଂଖ୍ୟାରେ ରୁଣ୍ଡ ହୋଇଥିଲେ । ଟ୍ରକ୍ ଡ୍ରାଇଭର ଜୀବନ ମରଣ ସହ ଲଢେଇ କରୁଥିବା ବେଳେ ଅଗ୍ନିଶମ ବିଭାଗ ର ରମାକାନ୍ତ ମଲ୍ଲିକ ନିଜର ଉପସ୍ଥିତ ବୁଦ୍ଧି ପାଇଁ ଟ୍ରକ୍ ଡ୍ରାଇଭର ନୂତନ ଜୀବନ ପାଇଛି ।ତେବେ ଉଭୟ କାର ଏବଂ ଟ୍ରକ୍ ଡ୍ରାଇଭର କୁ ଭଦ୍ରକ ମେଡିକାଲ୍ କୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
