ଜେଲରୁ ବିଚାରାଧୀନ ବନ୍ଦୀଙ୍କ ଫେରାର ଉଦ୍ୟମ
ଜେଲ ଡେଇଁ ଫେରାର ହେଉଥିଲେ ବିଚାରାଧୀନ ବନ୍ଦୀ କୁ ଅଧାରାସ୍ତା ରେ ମାଡି ବସିଲେ ।ଜେଲ ରୁ ବିଚାରାଧୀନ ବନ୍ଦୀ ଙ୍କ ଫେରାର ଉଦ୍ୟମ , ପାଇଖାନା ଟାଙ୍କି ର ପାଇପ ଦ୍ବାରା ଖସି ଯାଇଥିଲେ । ଅଧା ବାଟ ରେ ମାଡିବସିଲେ ଜେଲ ର ସୁରକ୍ଷା କର୍ମୀ । ସିସିଟିଭି ରେ କଏଦ ହୋଇଛି ଭିଡିଓ. ସୂଚନାଯୋଗ୍ୟ ଯେ ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାର ରୁ ବନ୍ଦୀ ଫେରାର ହେଉଥିଲେ । ପିରାହାଟ ଥାନା ଅଧିନ ର ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି 354 ଦଫା ରେ ଜେଲ ଆସିଥିଲେ । 20 ଅକ୍ଟୋବର ରେ ପିରାହାଟ ଥାନା ଅକ୍ଷୟ ଙ୍କୁ କୋର୍ଟ ଫରୱାର୍ଡ କରିଥିଲା । ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା । ତେବେ ଅକ୍ଷୟ ଦିନ ଦ୍ୱିପ୍ରହର ରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ । ପାଇଖାନା ଯିବା ବେଳେ ହଠାତ ପାଇଖାନା ଉପର କୁ ଉଠି ପାଇପ ସାହାଯ୍ୟ ରେ ଜେଲ ପାଚେରୀ ଡେଇଁ ଫେରାର ଉଦ୍ୟମ କରିଥିଲେ । ତେବେ ଜେଲ ର ସୁରକ୍ଷାକର୍ମୀ ସୂଚନା ପାଇ ଅକ୍ଷୟ ଙ୍କୁ ଗୋଡ଼ାଇଥିଲେ । ଜେଲ ନିକଟ ରୁ ପ୍ରାୟ ଅଧ କିଲୋମିଟର ଦୂର ରେ ଥିବା ସୁଭଦ୍ରା ଲୁଗା ଦୋକାନ ସମ୍ମୁଖରେ ଥିବା ଅଟୋ ଭିତରେ ଲୁଚି ଯାଇଥିଲେ, ଲୁଗା ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀ ମାନେ ମିଶି ଖସି ଯାଇଥିବା ବନ୍ଦୀ କୁ ଧରିଥିଲେ. ଅକ୍ଷୟ ମଲ୍ଲିକ କୁ କାବୁ କରି ପୁଣି ଜେଲ କୁ ନିଆଯାଇଛି । ଏ ଘଟଣା ନେଇ ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା କୁ ମନା କରିଛନ୍ତି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
