ମେ ୨୦ ସର୍ବଭାରତୀୟ ସାଧାରଣ ଧର୍ମଘଟ

*ମେ ୨୦ ସର୍ବଭାରତୀୟ ସାଧାରଣ ଧର୍ମଘଟ : କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ବ୍ରହ୍ମପୁର ୧୨/୦୫ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ସ୍ଥାନୀୟ ହିଲପାଟଣା କମ୍ୟୁନିଟି ହଲରେ ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ (ନିଲୁ) ପାଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ମଇ ୨୦ ତାରିଖରେ ୧୭ ଦଫା ଦାବୀ ଯଥା ୪ ଶ୍ରମ କୋଡ଼ ବାତିଲ କରିବା, ଆଇ ଏ ଏଲ ସି ତୁରନ୍ତ କରିବା, ଓ ପି ଏସ ଲାଗୁ କରିବା, ସ୍କିମ କର୍ମଚାରୀ ଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ସର୍ବନିମ୍ନ ମାସିକ ମଜୁରୀ ୨୬୦୦୦ ଟଙ୍କା ପ୍ରଦାନ କରିବା, ନିର୍ମାଣ ଶ୍ରମିକ ଙ୍କୁ ଠିକ ସମୟରେ ପରିଚୟ ପତ୍ର ଓ ସହାୟତା ପ୍ରଦାନ କରିବା, ଏମ ଏସ ପି କୁ ଆଇନ ପରିସର ଭୁକ୍ତ କରିବା ଭଳି ବିଭିନ୍ନ ଦାବୀ ହାସଲ ନେଇ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟ ସଫଳ କରିବା ଉଦ୍ଦେଶ୍ୟ ରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଗଲା ସହରର ବିଭିନ୍ନ ଛକ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବଡ ବଜାର ତଥା ଜନଗହଳି ପୂର୍ଣ୍ଣ ସ୍ଥାନ ରେ ପଥ ପ୍ରାନ୍ତ ସଭା ସହ ମୋଟର ସାଇକେଲ ରାଲୀ ବାହାର କରି ଧର୍ମଘଟ ବିଷୟରେ ସଚେତନ କରାଯିବ ବୋଲି ନିଷ୍ପତି ନିଆଗଲା । ଏଥିରେ ସି ଆଇ ଟି ୟୁ ରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଏଚ ଏମ ଏସ ରେ ରାଜେନ୍ଦ୍ର ଦାସ, ସତ୍ୟ ତ୍ରିପାଠୀ, ଏ ଆଇ ଟି ୟୁ ସି ର ପ୍ରଦୀପ ସେଠି, ପ୍ରଫୁଲ୍ଲ ଜେନା, ରଇତ ବିଶୋଇ, ଅଳକା ମିଶ୍ର, ଆଇ ଏନ ଟି ୟୁ ସି ର ଭୋକଲୀ ସେଠୀ, ରଞ୍ଜନ ତରାଇ, ଏ ଆଇ ୟୁ ଟି ୟୁ ସି ର ସୋମନାଥ ବେହେରା, ପପୁନ ସାହୁ, ଅଶ୍ରୁ ର ଅଭିୟାସ ପାତ୍ର, ବ୍ୟାଙ୍କ ଫେଡେରେସନ ର ସନ୍ତୋଷ ରଥ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଆସିଥିବା କେନ୍ଦ୍ରୀୟ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗଦେଇ ସର୍ବଭାରତୀୟ ଧର୍ମଘଟ କୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *