ଉତ୍କଳ କେଶରୀଙ୍କ ଜୟନ୍ତୀରେ ଜିଲ୍ଲା ସ୍ତରୀୟ ଗଣଦୌଡ ଅନୁଷ୍ଠିତ
ଭଦ୍ରକ,୨୧/୧୧- ଆଜି ହେଉଛି ନବଉତ୍କଳର ନିର୍ମାତା, ଉତ୍କଳ କେଶରୀ ତଥା ଓଡ଼ିଶାର ବରପୁତ୍ର ଏବଂ ୪୦ ଦଶକର ଓଡ଼ିଶାର ପ୍ରଥମ ମୁଖମନ୍ତ୍ରୀ ଓ ଭଦ୍ରକ ର ଗୌରବ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ।
ଡ଼ଃ ମହତାବଙ୍କ ଜନ୍ମ ମାଟି ଭଦ୍ରକ ଆଗରପଡାରେ ହୋଇଥିବା ହେତୁ ଭଦ୍ରକ ବେଶ ଗର୍ବିତ ମନେ କରନ୍ତି ।ଏହି ଜୟନ୍ତୀରେ ଭଦ୍ରକ ଜିଲ୍ଲା ସ୍ଥରୀୟ ଏକ ଗଣଦଉଡ଼ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ମହତାବଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ମହାତାଵ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଗଣଦଉଡ଼ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବହୁ ସମାଜ ସେବି ସଂଗଠନଙ୍କ ସମେତ ବହୁତ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ଜିଲ୍ଲା ପାଳଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଯୋଗଦେଇ ମହାନ ବ୍ୟକ୍ତିତ୍ବ ଙ୍କ ଜୟନ୍ତୀରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
