ଜନଶୁଣାଣୀ ଶିବିର ଅନୁଷ୍ଠିତ

ଆଜି ପ୍ରାତ ୭ଟା ରେ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାଏ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ମୂଖ୍ୟ ଚିକିସ୍ୟ।ଧିକାରୀ ଡ଼ା ସୁଧାଂଶୁ ଶେଖର ବଳ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ , ଡେପୁଟି କଲେକ୍ଟର କରୁଣାକର ଧିନ୍ଦା, ଗୋଷ୍ଟି ଉନ୍ନୟନ ଅଧିକାରୀ,
ତହସିଲଦାର ଓ ବରିଷ୍ଠ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ସମସ୍ତ ବିଭାଗର ଅଧିକାରୀ ମାନେ ଉପପ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର କୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଆଜିର ଜନ ଶୁଣାଣି ଶିବିର ରେ ମୋଟ ୯୭ ଟି ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥି ମଧ୍ୟରୁ ୮୧ ଟି ବ୍ୟକ୍ତିଗତ ଥିଲା ବେଳେ ୧୪ ଟି ସାମୁହିକ ଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୨ଜଣ ଙ୍କୁ ମୋଟ ୧୫୦୦୦ ଟଙ୍କା ଅନୁଦାନ ପ୍ରଦାନ ପାଇଁ ନିଷ୍ପତି ନିଆଯlଇଥିଲା।

Leave a Reply

Your email address will not be published. Required fields are marked *