ସିଂହଦ୍ଵାର ମହାଖଳା ଲୁହା ବାଡରେ ବନ୍ଦୀ
ପୁରୀ,୧୩/୫-ଶ୍ରୀମନ୍ଦିର ସିଂହଦ୍ଵାର ମହାଖଳା ଭାବେ ପରିଚିତ । ସେଠାରେ ଏମାର ମଠ ଚକଡା, ରଥ ପ୍ରତିଷ୍ଠା, ବାହୁଡା ରଥ ଓ ସୁନାବେଶ ଅନୁଷ୍ଠିତ ହୁଏ । ସେଥିପାଇଁ ସେହି ଅଞ୍ଚଳକୁ ଆବଦ୍ଧ କରାଯାଇନଥାଏ । ପୂର୍ବେ ଏମାର ମଠ ଚକଡାରେ ହଜାର ହଜାର ଭକ୍ତ ଆଶ୍ରୟ ନେବା ସହ ପତିତପାବନଙ୍କୁ ଦର୍ଶନ କରିଥାନ୍ତି । ଭକ୍ତ ମେଳରେ ଭଗବାନ ପରି ହଜାର ହଜାର ଗଙ୍ଗା ଯାତ୍ରୀ ସିଂହଦ୍ଵାରରେ ଖୋଲା ଆକାଶ ତଳେ ଶୟନ କରୁଥିଲେ । ଏବେ କିଛି ଦିନ ଧରି ସୁରକ୍ଷା ନାମରେ ସିଂହଦ୍ଵାର ଅଞ୍ଚଳକୁ ଲୁହା ବ୍ଯାରିକେଟରେ ଆବଦ୍ଧ ରଖାଯାଇଛି । ପତିତପାବନ ଦର୍ଶନରେ ଏହି ବ୍ଯାରିକେଟ ପ୍ରତିବନ୍ଧକ ସୃଷ୍ଟି କରୁଛି । ବାହାର ଭକ୍ତ ମାନେ ମନ୍ଦିରକୁ ପ୍ରବେଶ କରିବା ପାଇଁ ସେଠାରେ ଗହଳି ଲଗାଉଛନ୍ତି । କିଛି ସେବକ ଏହି ବ୍ଯାରିକେଡ ଗେଟ ମୁହଁରେ ଅବରୋଧ କରି ଯାତ୍ରୀ ଛାଡୁଥିବା ଭକ୍ତ ମାନେ ଅଭିଯୋଗ କରୁଛନ୍ତି । ସେବକଙ୍କ ମର୍ଜିରେ ପ୍ରଶାସନ ଚାଲୁଛି ବୋଲି ବରିଷ୍ଠ ନାଗରିକ ମତ ଦେଇଛନ୍ତି । ସହରବାସୀ ଶ୍ରୀମନ୍ଦିରକୁ ନଯାଇ ପ୍ରତିଦିନ ପତିତପାବନ ଦର୍ଶନ କରିଥାନ୍ତି । ସେହି ପରମ୍ପରା ଆସ୍ତେ ଆସ୍ତେ ଲୋପ ହୋଇଗଲାଣି । ଭକ୍ତଙ୍କ ଠାରୁ ମନ୍ଦିର ବାହାରେ କୌଣସି ଦାନ ଦକ୍ଷିଣା, ଥାଳି ଥୋଇବା ଓ ଭୋଗ ନାମରେ ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ଏକ ମାମଲାରେ ଗାଇଡଲାଇନ ପ୍ରସ୍ତୁତ ହୋଇଥିଲା । ଭକ୍ତ ଭଗବାନଙ୍କ ମଧ୍ଯରେ ଲୁହା ବ୍ଯାରିକେଟ ନରଖିବା ପାଇଁ ଭକ୍ତ ମହଲରୁ ଦାବି ହେଉଛି । ସୋମବାର ଦିନ ୧୧ଟା ସମୟରେ ପୁରୀର ଜଣାଶୁଣା ବୁଦ୍ଧିଜୀବୀ ଅଶ୍ବିନୀ ଗୌତମ ପତିତପାବନ ଦର୍ଶନ ପାଇଁ ଯିବା ସମୟରେ କିଛି ସେବକ ଓ ପୋଲିସ ବାରଣ କରିବାରୁ ବରିଷ୍ଠ ନାଗରିକ ପଡି ଆହତ ହୋଇଯାଇ ଥାଆନ୍ତେ ବୋଲି ଅଭିଯୋଗ କରିଛନ୍ତି ।
