ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ”
ଯାଜପୁର/ବ୍ୟାସନଗର;୧୩/୦୫(ବ୍ୟୁରୋ): ପ୍ରକାଶ ପାଇଛି ୨୦୨୪-୨୫ ଶିକ୍ଷାବର୍ଷ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ଦ୍ଵାଦଶରେ ମୋଟ ପାସ୍ ହାର ୮୮.୩୯ ପ୍ରତିଶତ ଥିବା ବେଳେ ଦଶମ ପାସ ହାର ୯୩.୬୬ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର ୯୧.୬୪ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ୍ ହାର ୮୫.୭୦ ରହିଛି । ତେବେ ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ”ର ଛାତ୍ର ଛାତ୍ରୀ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛନ୍ତି। ଦୁଇଟି ଯାକ ପରୀକ୍ଷାରେ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି।ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେ ୧୦୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଇଶାନ ଗୁପ୍ତା ୯୯% ଓ ମୟଙ୍କ ରାଜ ୯୯% ରଖି ଟପର ହୋଇଛନ୍ତି। ତତ୍ ସହିତ ସାଇ ଶ୍ଳୋକ ବିଶ୍ଵାଳ ୯୮%, ଅନନ୍ୟା ସିଂହ ୯୭% ,ଭାରତ ବଜାଜ ୯୭% ରଖି ଦଶମ ପରୀକ୍ଷା ରେ ଗୌରବ ହାସିଲ କରିଛନ୍ତି। ୯୦%ଉର୍ଦ୍ଧ୍ବ ନମ୍ୱର୍ ରଖି ୪୫ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱାଦଶ ପରୀକ୍ଷାରେ ୨୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ବ ୩୫ ଜଣ ରହିଛନ୍ତି। ବିଜ୍ଞାନରେ ୩୦ ଜଣ ଓ ବାଣିଜ୍ୟରେ ପାଞ୍ଚ ଜଣ। ବିଜ୍ଞାନରେ ସ୍ଵୟମ ନିର୍ଲିପ୍ତା ସାହୁ ୯୮.୨% ନମ୍ୱର୍ ରଖି ଟପର ହୋଇଛନ୍ତି। ତତ୍ ସହିତ ରୋସନ୍ ଗୁପ୍ତା ୯୫.୬%, ଆର୍ ବି ଶୁଭମ୍ ୯୪.୮ %, ବାଣିଜ୍ୟରେ ଅଙ୍କିତ କୁମାର ନାୟକ ୯୪%, ଚିରଞ୍ଜିବ ପତି ୯୩.୬ % , ଚନ୍ଦନ ଶର୍ମା ୯୩.୨% ,ତୃପ୍ତିସ୍ମିତା ସ୍ୱାଇଁ ୯୨.୮%, ଦିପ୍ତିମୟୀ ମହନ୍ତ ୯୨.୩% ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
