ଜଗନ୍ନାଥ ନାମ

ଜଗନ୍ନାଥ ନାମ
ଚାରିଧାମ ଅଟଇ ଯେ
ପୂଣ୍ୟ କ୍ଷେତ୍ର
ତନ୍ ମଧ୍ୟରେ ଅନ୍ୟତମ
ଅଟଇ ଶ୍ରୀକ୍ଷେତ୍ର।
ଓଡିଆ ମାନଙ୍କ ହୃଦୟ ର ସ୍ଥାନ
ପୁରୀ ଠାରେ ଜଗନ୍ନାଥ ଅଟେ ବିଦ୍ୟମାନ।
ରାଜା ଅଟେ ଇନ୍ଦ୍ରଦ୍ୟୁମ୍ନ ରାଣୀ ମା ଗୁଣ୍ଡିଚା
ମନ୍ଦିର ସ୍ଥାପନା କଲେ ଦାରୁ ନେଇ ପୂଜା।
ମାନିଲେ ନି ଖୋଲି ଦେଲେ ମୂର୍ତ୍ତି ନିର୍ମାଣ ରେ
ଅଧାଗଢ଼ା ମୂର୍ତ୍ତି ସବୁ ଦେଖିଲେ
ଆଖିରେ।
ଜଗନ୍ନାଥ ବଳଭଦ୍ର ଅଟେ ସୁଦର୍ଶନ
ସୁଭଦ୍ରା ଙ୍କ ଅର୍ଦ୍ଧ ଗଢା ମୂର୍ତ୍ତି ଦରଶନ।
ଗୁଣ୍ଡୁଚି ରାଣୀ ନାମରେ ଜନମ ମନ୍ଦିର
ମାଉସୀ ମା ବୋଲି ସେତ ଗୁଣ୍ଡିଚା ମନ୍ଦିର।
ଜନ୍ମ ମନ୍ଦିର ରୁ ଗଲେ ପୂଜା ମନ୍ଦିରକୁ
ଶ୍ରୀ ମନ୍ଦିରରେ ପୂଜା ହୁଏ ଭାଇ ଭଉଣୀଙ୍କୁ।
ଶ୍ରୀ ମନ୍ଦିର‌‌ ପୁରୀ ଅଟେ ଜଗନ୍ନାଥ ଧାମ
ଚାରିଧାମ ମଧ୍ୟରୁ ସେ ଅଟେ
ଅନ୍ୟତମ।
ବିଶ୍ୱବାସୀଙ୍କୁ ଦରଶନ ଦେବା ପାଇଁ ପ୍ରଭୁ
ଶ୍ରୀ ମନ୍ଦିରୁ ବାହାରନ୍ତି ଜନମ ସ୍ଥାନ କୁ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *