ସ୍କାଉଟ୍ସ୍ ଏବଂ ଗାଇଡସ୍ ତରଫରୁ ଆପଦ ପ୍ରବନ୍ଧନ ପାଇଁ ମକଡ୍ରିଲ

ଜଗତସିଂହପୁର ,ଜଗତସିଂହପୁର ଶୁଦ୍ଧାନନ୍ଦ ସ୍କାଉଟ୍ ଟ୍ରୁପ୍ ଓ ଏନ୍.ଜେ.ଡବ୍ଲ୍ୟୁ (ଓପେନ୍) ୟୁନିଟ୍, ଜଗତସିଂହପୁର, ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ତରଫରୁ ରେ ଶୁଦ୍ଧାନନ୍ଦ ବିଦ୍ୟାଳୟରେ ଏକ ଆପଦ ଅଭିଯାନ ଅଭ୍ୟାସ ଆୟୋଜିତ ହୋଇଯାଇଛି।ଏହି ଅଭିଯାନ ର ଉଦ୍ଦେଶ୍ୟ ଥିଲା ଆପଦ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ଓ ଆପତ୍କାଳୀନ ସ୍ଥିତିରେ ତ୍ୱରିତ ପ୍ରତିକ୍ରିୟାର ଗୁରୁତ୍ୱ ବିଷୟରେ ସାଧାରଣ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ଅଭିଯାନରେ ସ୍କାଉଟ୍, ଗାଇଡ୍, ରୋଭର୍, ରେଞ୍ଜର୍ ଓ ଅନ୍ୟାନ୍ୟ ସ୍ଥାନୀୟ ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ। ସେମାନେ ଅଗ୍ନିଶମ ବିଭାଗ, ସିଭିଲ୍ ଡିଫେନ୍ସ ଓ ପୂର୍ବତନ ସେନା ସଦସ୍ୟଙ୍କ ଠାରୁ ଆପଦ ବେଳେ ଉଦ୍ଧାର କାର୍ଯ୍ୟ ପ୍ରଣାଳୀ ଓ କୌଶଳ ସମ୍ପର୍କରେ ଏବଂ ଯୁଦ୍ଧ ସମୟରେ କିପରି ନିଜକୁ ରକ୍ଷା କରିବା ସହ ସାଧାରଣ ଜନତା ଙ୍କୁ ରକ୍ଷା କରିବାରେ ସାହାଯ୍ୟ କରିବା ଇତ୍ୟାଦି ପ୍ରଶିକ୍ଷଣ ନେଇଥିଲେ। ସେମାନେ ସାଧାରଣ ଲୋକଙ୍କ ମଧ୍ୟରେ ଏହି ସଚେତନତା ବିସ୍ତାର କରିବାରେ ଚେଷ୍ଟା କରିଥିଲେ।ଏହି ମକ୍ ଡ୍ରିଲ ରେ ଆମ୍ବୁଲାନ୍ସ ରେ କିଭଳି ଗୁରୁତର ଭାବରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ ରେ ସୁରକ୍ଷିତ ଭାବରେ ପହଞ୍ଚାଇବା ତଥା ସି.ପି.ଆ.ର ମାଧ୍ୟମରେ ଜୀବନ ବଞ୍ଚାଇବା ଆଦି ପ୍ରଶିକ୍ଷଣ ଦିଆଯାଇଥିଲା।ଏହି ଅଭିଯାନ କୁ ନେତୃତ୍ୱ କରିଥିଲେ ୟୁନିଟ୍ ଲିଡର୍ ଶ୍ରୀ ବିଜୟ କୁମାର ରଥ ଓ ସ୍କାଉଟ୍ ମାଷ୍ଟର୍-କମ୍-ଆର.ଏସ,ଏଲ୍ (ଆଇସି) ଶ୍ରୀ ଅଶୁତୋଷ ପଣ୍ଡା। ଅଗ୍ନିଶମ ବିଭାଗ ତରଫରୁ ଜଗତସିଂହପୁର ଫାୟାର୍ ଷ୍ଟେସନର ଏସିସ୍ଟାଣ୍ଟ ଫାୟାର୍ ଅଫିସର୍ ଶ୍ରୀ ମନୋରଞ୍ଜନ ପାଢି ଏବଂ ତାଙ୍କର ଟିମ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ଅଭିଯାନ ରେ ଶ୍ରୀ ବିଶ୍ୱଜିତ୍ ସ୍ୱାଇଁ (ପ୍ରିନ୍ସିପାଲ, ଶୁଦ୍ଧାନନ୍ଦ ବିଦ୍ୟାଳୟ), ବ୍ରହ୍ମଚାରୀ. ଯଦୁନାଥ ଦାସ (ପ୍ରଶାସନିକ ଅଧିକାରୀ, ଶୁଦ୍ଧାନନ୍ଦ ବିଦ୍ୟାଳୟ), ଡିସି ଅତୁଳ ବିକ୍ରମ ପ୍ରଧାନ, ଦାମୋଦର ପଣ୍ଡା, ସରିତ ମହାପାତ୍ର, ସୁଭାଷ ଚନ୍ଦ୍ର ରାଉତ, ଅବସରପ୍ରାପ୍ତ ସେନା ଅଧିକାରୀ ସୋମନାଥ ମହାରଣା , ଡିଓସି ପ୍ରତାପ ଚନ୍ଦ୍ର ରାଉତରାୟ ଓ ଲତା ଦେଇ, ଡିଟିସି ହରେକୃଷ୍ଣ ଲେଙ୍କା ଓ ସସ୍ମିତା ଶତପଥୀ, ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ଅମୂଲ୍ୟ କୁମାର ମିଶ୍ର, ଏସ.ଏମ ସ୍ମୃତି ରଞ୍ଜନ ସ୍ୱାଇଁ, ରାକେଶ ରୋଶନ ସାହୁ, ପ୍ରିୟଦର୍ଶିନୀ ଦାସ, ଯାଜ୍ଞସିନି ନାୟକ, ସୁରେଶ ସେନ ପ୍ରଭୃତି ସାମିଲ ହୋଇଥିଲେ। ଶୁଦ୍ଧାନନ୍ଦ ବିଦ୍ୟାଳୟ ଓ ଓଏଭି ଜଗତସିଂହପୁରରୁ ୫୦ ଜଣ ସ୍କାଉଟ୍‌ସ ଓ ଗାଇଡ୍‌ସ, ଏନ୍.ଜେ.ଡବ୍ଲ୍ୟୁ. ଓପେନ୍ ୟୁନିଟ୍‌ରୁ ୩୦ ଜଣ ରୋଭର୍ସ ଓ ରେଞ୍ଜର୍ସ ଓ ସମାଜ ବିକାଶ ମିଶନ୍‌ ରଘୁନାଥପୁର,ଉତ୍କଳ ସେବା ନିବୃତ ସେନାନୀ ସଂଘ, ଜଗତସିଂହପୁର ଭଳି ବିଭିନ୍ନ ସଂଗଠନରୁ ୫୦ ଜଣ ସ୍ଥାନୀୟ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ମହଲରୁ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି। ଏହିଭଳି ଗୁରୁତ୍ଵ ପୂର୍ଣ୍ଣ ଅଭିଯାନ ଜନସାଧାରଣ ଙ୍କ ସଚେତନତା ପାଇଁ ଭବିଷ୍ୟତ ରେ ଅଗ୍ନିଶମ ବିଭାଗ ସହାୟତା ରେ ଭିନ୍ନ ଭିନ୍ନ ସ୍ଥାନୀୟ ଅଞ୍ଚଳରେ ରୋଭର୍ସ ଏବଂ ସ୍କାଉଟ୍ସ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେବ ବୋଲି ଭରପ୍ରାପ୍ତ ରୋଭର ଲିଡର ଶ୍ରୀ ଆଶୁତୋଷ ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *