ଗଜସାଥି ମାନଙ୍କର ତାଲିମ ଶିବିର ଅନୁଷ୍ଠିତ
ଘଟଗାଁ– କେନ୍ଦୁଝର ବନଖଣ୍ଡ ତରଫରୁ ଘଟଗାଁ ବନାଞ୍ଚଳ ଅଧୀନରେ ଥିବା VSS (ବନ ସୁରଖ୍ୟା ସମିତି )ରୁ ହାତୀ ର ସୁରକ୍ଷା ଏବଂ ହାତୀ ର ଉପସ୍ଥିତି ସମ୍ପର୍କ ରେ ବନ ବିଭାଗ କୁ ଖବର ଦେବା ସହିତ ହାତୀ ଘଉଡ଼ାଇବା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଗଜସାଥୀ ମାନଙ୍କର ଏକ ଦିନିଆ ତାଲିମ ଶିବିର ଘଟଗାଁ ବନଞ୍ଚଳ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଅଛି। ଏହି ତାଲିମ ଶିବିରରେ ବଛାଯାଇଥିବା ୧୫ ଗୋଟି ବନସୁରକ୍ଷା ସମିତିରୁ ପ୍ରତି VSS ରୁ ପାଞ୍ଚ ଜଣ ଲେଖାଏଁ ମୋଟ ପଚସ୍ତରି ଜଣ ଗଜ ସାଥି ଉପସ୍ଥିତ ଥିଲେ।ସେମାନଙ୍କୁ ହାତୀ ଘଉଡ଼ାଇବାର କୌ ଶଳ ସହିତ ହାତୀ ର ଗତିବିଧି ସମ୍ପର୍କ ରେ ବନ ବିଭାଗ କୁ ତୁରନ୍ତ ଖବର ଦେବା ବିଷୟରେ ବିସ୍ତୃତ ଭାବରେ ପ୍ରଭାତ କୁମାର କୁଅଁର (ରେଞ୍ଜର )ଆଲୋଚନା କରିଥିଲେ।ଶେଷରେ ଷାଠିଏ ଗୋଟି ଟର୍ଚ୍ଚ ଲାଇଟ ହାତୀ ଘଉଡ଼ାଇବା କାର୍ଯ୍ୟ ପାଇଁ ରେଞ୍ଜର ପ୍ରଭାତ କୁମାର କୁଅଁର ପ୍ରଦାନ କରିଥିଲେ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
