ଉତ୍ତମ ପଡୋଶୀ ଦ୍ବାରା ବିଶ୍ଵ ଭାତୃତ୍ଵ ସୃଷ୍ଟି ହୋଇପାରିବ

ରଘୁନାଥପୁର-୧୪/୫-ଉତ୍ତମ ପଡୋଶୀମାନଙ୍କ ଦ୍ବାରା ବିଶ୍ଵ ଭାତୃତ୍ବ ସୃଷ୍ଟି ହୋଇପାରିବ ଏବଂ ଉତ୍ତମ ପଡୋଶୀମାନେ ହେଉଛନ୍ତି ଘରର ପ୍ରାଚୀର ସଦୃଶ ବୋଲି ଆଜି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁରଣଓଡ଼ପଡ଼ା ପଞ୍ଚାୟତର ପୁରଣଓଡ଼ପଡ଼ା ଆଦିବାସୀ ସାହିରେ କିଟ, କିସର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଙ୍ଗର ଦ୍ବାଦଶ ଉତ୍ସବରେ ମୁଖ୍ୟବକ୍ତା ଭାବେ ମାନସ ପ୍ରଫେସର ଶରତ କୁମାର ରାଉତରାୟ ଯୋଗଦେଇ ଏହା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବରିଷ୍ଠ ଶିକ୍ଷାଧିକାରୀ ବିଜୟ କୁମାର ସ୍ବାଇଁ ଯୋଗଦେଇ ପ୍ରତ୍ୟେକ ମନୁଷ୍ୟ ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଏଥିରେ ଆର୍ଟ ଅଫ ଗିଭିଙ୍ଗର ଜିଲ୍ଲା ସଂଯୋଜକ ତଥା ଆଗାମୀ ଓଡ଼ିଶା ପ୍ରତିଷ୍ଠାତା ବିଜର କୁମାର ସ୍ବାଇଁ ପୌରହିତ୍ୟ କରି ପଡୋଶୀମାନଙ୍କ ସହିତ ସୁଖଦୁଃଖରେ ସାଥୀ ହେବା ସହିତ ସେମାନଙ୍କର ବିପଦ ଆପଦରେ ସହାୟତାର ହାତ ବଢାଇବା ହେଉଛି ଚଳିତ ବର୍ଷ ଆର୍ଟ ଅଫ୍ ଗିଭିଙ୍ଗର ବିଷୟ ବସ୍ତୁ ବୋଲି ମତ ରଖିଛନ୍ତି। ଏହା ଦ୍ବାରା ସମାଜରେ ଭାଇଚାରାର ସହିତ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ । ଏଥିରେ ଶିକ୍ଷାବିତ ଜ୍ୟୋସ୍ନାରାଣୀ ଯୋଗଦେଇ ବିଶ୍ବରେ ଭାତୃତ୍ୱ ସୃଷ୍ଟି କରିବା, ପଡୋଶୀ ଲୋକ ଉପବାସରେ ରହିଥିଲେ ତାଙ୍କୁ ସହଯୋଗର ହାତ ବଢାଇବା ଏବଂ ସମସ୍ତଙ୍କୁ ଭଲପାଇବା ହେଉଛି ଆର୍ଟ ଅଫ ଗିଭିଙ୍ଗର ଉଦ୍ଦେଶ୍ୟ । ଆର୍ଟ ଅଫ ଗିଭଙ୍ଗି ଡ. ଅଚ୍ୟୁତ ସାମନ୍ତ ପ୍ରତିଷ୍ଠା କରିବା ପରେ ଏହା ଓଡ଼ିଶା ଏବଂ ଭାରତର କୋଣ ଅନୁକୋଣରେ ତଥା ପୃଥିବୀର ୧୭୦ଟି ଦେଶରେ କୋଟି କୋଟି ଲୋକ ଏଥିରେ ସାମିଲ ହୋଇ ଏହା ଆନ୍ଦୋଳନରେ ପହଞ୍ଚିଛି ବୋଲି କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ସଦାଶିବ ବିଶ୍ଵାଳ ଯୋଗଦେଇ ଅନ୍ୟକୁ ସାହାଯ୍ୟ କରିବା ହେଉଛି ଆର୍ଟ ଅଫ ଗିଭିଙ୍ଗର ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି ଉତ୍ସବରେ ଅନ୍ୟତମ ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ଦାସ, ସରପ ଶିବରାମ ସାହୁ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ସେକ୍ରେଟାରୀ ରବିନ୍ଦ୍ର କୁମାର ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବାବାଜୀ ଚରଣ ସାହୁ, ଜିଲ୍ଲା ସାମ୍ବାଦିକ ୟୁନିୟନ ପୂର୍ବତନ ସଭାପତି ଶୁଭଙ୍କର ଜେନା, ସମାଜସେବୀ ବିଜନ ମହାପାତ୍ର, ଶିକ୍ଷକ ଉମାକାନ୍ତ ସିଂ, ଶିକ୍ଷକ ନନ୍ଦୁ ସିଂ, ସାମ୍ବାଦିକ ପ୍ରତାପ କୁମାର ସିଂ, ମଳୟ କୁମାର ପାଣି, ଦେବେନ୍ଦ୍ର ସେଠୀ, ୱାର୍ଡସଭ୍ୟ ଶିବାନୀ ସିଂ, ବାବୁ ସିଂ, ସମାଜସେବୀ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ପଡୋଶୀମାନଙ୍କ ଦ୍ବାରା ସମାଜରେ ଶାନ୍ତି ପ୍ରତିଷ୍ଠା ହେବା ସହିତ ସୁସ୍ଥ ସମାଜ ଗଠନ ହୋଇ ସମଗ୍ର ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ହେଉଛି ଆର୍ଟ ଅଫ ଗିଭିଙ୍ଗ ପ୍ରତିଷ୍ଠାତା ଡଃ ସାମନ୍ତଙ୍କର ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ସ୍ବାଇଁଙ୍କ ପକ୍ଷରୁ ଆଦିବାସୀ ଜନଜାତିର ସମସ୍ତ ମହିଳାମାନଙ୍କୁ ଶାଢ଼ୀ, ପିଲାମାନଙ୍କୁ ପାଠ୍ୟପୁସ୍ତକ, କଲମ, ପେନସିଲ, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଶେଷରେ ଆଦିବାସୀମାନଙ୍କର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କିଟ୍ କର୍ମଚାରୀ ଗଣେଶ୍ଵର ଓଝା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *