କଙ୍କଡାହାଡ଼ ବ୍ଲକ କନ୍ଧରା ଓଡିଶା ଅଦର୍ଶ ବିଦ୍ୟାଳୟ ଛାତ୍ର ଡେଇଁଲା ରାମିଆଳ ନଦୀକୁ ,କାରଣ ଅସ୍ପଷ୍ଟ
କାମାକ୍ଷାନଗର,୨୪/୧୧- ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କନ୍ଧରା ଓଡିଶା ଅଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଡେଇଁଲା ରାମିଆଳ ନଦୀକୁ ,କାରଣ ଅସ୍ପଷ୍ଟ ।ସୂଚନା ଅନୁସାରେ ଆଜି ଅପରାହନ ୨ଟା ୩୦ ବେଳକୁ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ଛାତ୍ର ଦୀପକ ଗୋଛ।ୟତ (୧୨ବର୍ଷ) କୌଣସି କାରଣ ପାଇଁ ରାମିଆଳ ନୁଆଁ ସେତୁ ଉପରକୁ ଯାଇ ତଳକୁ ଡେଇଁଲା ।ସେହି ପାଖରେ ଥିବା ଲୋକମାନେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ ।ଦୀପକଙ୍କ ଦାଦା ଏହି ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଅଛନ୍ତି ତେଣୁ ଦୀପକ ତାଙ୍କ ଦାଦାଙ୍କ ସହିତ କଙ୍କଡାହାଡ଼ରେ ରହି ପାଠ ପଢିବା ପାଇଁ ଦୈନିକ ବିଦ୍ୟାଳୟ କୁ ଯାଇଥାନ୍ତି ।ଖବର ପାଇ କଙ୍କଡାହାଡ଼ ପୋଲିସ ଛାତ୍ର ଜଣଙ୍କୁ କଙ୍କଡାହାଡ଼ ମେଡ଼ିକାଲ କୁ ନେବା ସାଙ୍ଗକୁ ତଦନ୍ତ କରୁଛନ୍ତି ।ସେପଟେ ବିଦ୍ୟାଳୟ ଅଧ୍ୟକ୍ଷ ଦୀପକ କୁମାର ନାୟକ କହିଛନ୍ତି ତଦନ୍ତ ପରେ ଯାହାକିଛି ଜଣା ପଡିବ ।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
