ଅଲାରନାଥ ଦର୍ଶନ ଉପଲକ୍ଷେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଅଲାରନାଥ ମନ୍ଦିର ସେବାୟତଙ୍କ ସହ ଏସ୍ପି ପୁରୀଙ୍କ ଆଲୋଚନା
ଅଲାରନାଥ ଦର୍ଶନ ଉପଲକ୍ଷେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଅଲାରନାଥ ମନ୍ଦିର ସେବାୟତଙ୍କ ସହ ଏସ୍ପି ପୁରୀଙ୍କ ଆଲୋଚନା
ଆସନ୍ତା ଅଣବସର କାଳୀନ ଶ୍ରୀ ଅଲାରନାଥ ମନ୍ଦିର, ବ୍ରହ୍ମଗିରିରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ଅଲାରନାଥ ମନ୍ଦିର ସେବାୟତ ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ ଉପସ୍ଥିତ ରହି ଆସନ୍ତା ଦିନଗୁଡ଼ିକରେ ଭକ୍ତଙ୍କ ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ, ଦର୍ଶନ ବ୍ୟବସ୍ଥା ଓ ଆଇନ-ଶୃଙ୍ଖଳା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତିବର୍ଷ ଅଣବସର ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ସଂଖ୍ୟକ ଭକ୍ତ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ସମୟରେ ମନ୍ଦିର ପରିସର ଓ ଆସପାସ ଅଞ୍ଚଳରେ ବ୍ୟାପକ ଭିଡ଼ ପରିଲକ୍ଷିତ ହୁଏ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁଚାରୁ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ସେବାୟତମାନେ ଭକ୍ତମାନଙ୍କ ଦର୍ଶନ ସୁବିଧା, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜ ମତାମତ ରଖିଥିଲେ। ଏସ୍ପି ଶ୍ରୀ ପ୍ରତୀକ ସିଂ ସମସ୍ତ ପ୍ରସ୍ତାବକୁ ଗୁରୁତ୍ୱ ସହ ଶୁଣି କରି ପୋଲିସ ପକ୍ଷରୁ ସମସ୍ତ ପ୍ରୟୋଜନୀୟ ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।ପୁରୀ ପୋଲିସ ପକ୍ଷରୁ ଅଲାରନାଥ ମନ୍ଦିର ଓ ଆସପାସ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯିବ। ଏହାସହ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ବ୍ୟାରିକେଡିଂ, ସିସିଟିଭି ନଜରଦାରୀ ଓ ପବ୍ଲିକ ଆଡ୍ରେସ ସିଷ୍ଟମ୍ ମାଧ୍ୟମରେ ଭକ୍ତମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ।
ଏସ୍ପି ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ, ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପୁରୀ ପୋଲିସର ପ୍ରାଥମିକତା। ଭିଡ଼ ନିୟନ୍ତ୍ରଣ ସହ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ପୋଲିସ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯିବ। ପୁରୀ ପୋଲିସ ସମସ୍ତ ଭକ୍ତ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ, ଅଲାରନାଥ ଦର୍ଶନ ସମୟରେ ପୋଲିସ ଓ ପ୍ରଶାସନ ଜାରି କରିଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରି ସହଯୋଗ କରନ୍ତୁ।*ଆସନ୍ତା ଅଣବସର କାଳୀନ ଶ୍ରୀ ଅଲାରନାଥ ମନ୍ଦିର, ବ୍ରହ୍ମଗିରିରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ଅଲାରନାଥ ମନ୍ଦିର ସେବାୟତ ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ ଉପସ୍ଥିତ ରହି ଆସନ୍ତା ଦିନଗୁଡ଼ିକରେ ଭକ୍ତଙ୍କ ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ, ଦର୍ଶନ ବ୍ୟବସ୍ଥା ଓ ଆଇନ-ଶୃଙ୍ଖଳା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତିବର୍ଷ ଅଣବସର ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ସଂଖ୍ୟକ ଭକ୍ତ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ସମୟରେ ମନ୍ଦିର ପରିସର ଓ ଆସପାସ ଅଞ୍ଚଳରେ ବ୍ୟାପକ ଭିଡ଼ ପରିଲକ୍ଷିତ ହୁଏ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁଚାରୁ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ସେବାୟତମାନେ ଭକ୍ତମାନଙ୍କ ଦର୍ଶନ ସୁବିଧା, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜ ମତାମତ ରଖିଥିଲେ। ଏସ୍ପି ଶ୍ରୀ ପ୍ରତୀକ ସିଂ ସମସ୍ତ ପ୍ରସ୍ତାବକୁ ଗୁରୁତ୍ୱ ସହ ଶୁଣି କରି ପୋଲିସ ପକ୍ଷରୁ ସମସ୍ତ ପ୍ରୟୋଜନୀୟ ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।ପୁରୀ ପୋଲିସ ପକ୍ଷରୁ ଅଲାରନାଥ ମନ୍ଦିର ଓ ଆସପାସ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯିବ। ଏହାସହ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ବ୍ୟାରିକେଡିଂ, ସିସିଟିଭି ନଜରଦାରୀ ଓ ପବ୍ଲିକ ଆଡ୍ରେସ ସିଷ୍ଟମ୍ ମାଧ୍ୟମରେ ଭକ୍ତମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ।ଏସ୍ପି ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ, ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପୁରୀ ପୋଲିସର ପ୍ରାଥମିକତା। ଭିଡ଼ ନିୟନ୍ତ୍ରଣ ସହ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ପୋଲିସ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯିବ। ପୁରୀ ପୋଲିସ ସମସ୍ତ ଭକ୍ତ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ, ଅଲାରନାଥ ଦର୍ଶନ ସମୟରେ ପୋଲିସ ଓ ପ୍ରଶାସନ ଜାରି କରିଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରି ସହଯୋଗ କରନ୍ତୁ।
