ଚରମ୍ପା ପଞ୍ଚାୟତରେ ବିଜୁସ୍ଵାସ୍ଥ୍ୟ କଲ୍ୟାଣରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ଭଦ୍ରକ ବିଧାୟକ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ସହ ଯୋଡ଼ି ହୋଇଛି ଭଦ୍ରକ ଜିଲ୍ଲା । ଶୁକ୍ରବାର ଅପରାହ୍ନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପରେ ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତ ଓ ପୈରପାଳିକା ସ୍ତରରେ ହିତାଧିକାରୀଙ୍କୁ ଏହୀ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଉଛି । ଏହି ଅବସରରେ ଭଦ୍ରକ ବ୍ଲକ ଚରମ୍ପା ପଞ୍ଚାୟତରେ ଏକ ବିଶେଷ କାର୍ଯ୍ୟକ୍ରମରେ ହିତାଧକାରୀଙ୍କୁ ସ୍ମାର୍ଟ ସ୍ବାସ୍ଥ କାର୍ଡ ବଣ୍ଟନ କରାଇଛି । ଚରମ୍ପା ପଞ୍ଚାୟତ ସରପଞ୍ଚ ଖଗେଶ୍ବର ମଳିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସଞ୍ଜିବ ମଲ୍ଲିକ ଯୋଗ ଦେଇ କାର୍ଡ଼ ବଣ୍ଟନ କରିଥଲେ । ପଞ୍ଚାୟତର ମୋଟ ୯୩୭ ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରାଯାଇଛି । ସମ୍ମାନର ସହ ବଞ୍ଚିବା ପ୍ରତ୍ୟେକ ଲୋକର ମୌଳିକ ଅଧିକାର । ତେଣୁ ଚିକିତ୍ସା ପାଇଁ ଆଉ କାହା ଆଗରେ ହାତ ପାତିବାକୁ ପଡିବ ନାହିଁ, ସ୍ମାର୍ଟ କାର୍ଡ ସହାୟତାରେ ଦେଶର ୨ ଶହରୁ ଉର୍ଦ୍ଧ ମେଡିକାଲରେ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ ସେବା ପାଇ ପାରିବେ ହିତାଧିକାରୀ । କେବଳ ଭାଷଣରେ ନୁହେଁ ବାସ୍ତବତାରେ ଜନକଲ୍ୟାଣ କାର୍ଯ୍ୟକରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚାୟତବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ସଞ୍ଜିବ ମଲ୍ଲିକ । ଭଦ୍ରକ ବ୍ଲକରେ ବିଜୁ ସ୍ବାସ୍ଥ ଯୋଜନାରେ ୪୩ ହଜାରରୁ ଉର୍ଦ୍ଧ୍ବ ପରିବାର ଉପକୃତ ହେବେ । ଚରମ୍ପା ପଞ୍ଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ତପନ ଦାସ ଓ ମୁକ୍ତିକାନ୍ତ ମଳିକ ।

ରିପୋର୍ଟ- ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *