ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଶୁଭଉଦ୍ଘାଟନୀ ଉତ୍ସବ ପାଳିତ
କାମାକ୍ଷାନଗର– ଆଜି ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ,ପଞ୍ଚାୟତ ସଭାଗୃହର ପୁନରୁଦ୍ଧାର,ପରଜଙ୍ଗ ପଞ୍ଚାୟତ ସମିତି ବିଶ୍ରାମ ଗୃହ ପୁନରୁଦ୍ଧାର, ପରଜଙ୍ଗ ମହାବିଦ୍ୟାଳୟ ନୂତନ ଶ୍ରେଣୀ ଗୃହ,ପରଜଙ୍ଗ ବିଜୁ ଯୁବ ସେବା କେନ୍ଦ୍ର ଏବଂ ଗଡ ପରଜଙ୍ଗ ଗ୍ରାମପଞ୍ଚାୟତ ଭବନ କାର୍ଯ୍ୟାଳୟର ଶୁଭ ଉଦଘାଟନ କରାଗଲା।ଆଜି ଉତ୍ସବ ର ସମ୍ମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା,ପରଜଙ୍ଗ ବ୍ଲକ ଗୋଷ୍ଠୀ ବିନୋଦ ବିହାରୀ ବେହେରା,ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ମମତା ମଞ୍ଜରୀ ଦେଓ,ଯୁବ ବିଜେଡି ସଭାପତି ସୁବ୍ରତ ଦାସ ,ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି,ସରପଞ୍ଚ ପ୍ରୀୟଜିତ୍ ସାମଲ,ସମିତିସଭ୍ୟ ମୀନକେତନ ସାମଲ ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୌତମ ପାଣି,ପରଜଙ୍ଗ ମହାବିଦ୍ୟାଳୟ ଅଧକ୍ଷ ନିହାର ରଞ୍ଜନ ସାହୁ,ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଏବଂ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ କରି କହିଥିଲେ ରାଜ୍ୟ ସରକାର ସବୁବେଳେ ସବୁ ସମୟରେ ଲୋକାଭିମୁଖୀ ଯୋଜନା, ଜନକଲ୍ୟାଣ କାର୍ଯ୍ୟ ପାଇଁ ଗୁରୁତ୍ଵ ଦେଇ ଆସି ଅଛନ୍ତି ।କରୋନା ମହାମାରୀ କୁ ଆଖିଆଗରେ ରଖି ମାସ୍କ୍ ପିନ୍ଧିବା,ଦୂରତା ବଜାୟ ରଖିବା ସହ ସାନିଟାଇଜର ବ୍ୟବହାର କରିବାପାଇଁ ଲୋକମାନଙ୍କୁ ସଚେତନ କରାଇ ବକ୍ତବ୍ୟ ଶେଷ କରିଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
