ଜୀବନବିନ୍ଦୁ ମେଘା ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର-:ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଉଚ୍ଚ ବିଦ୍ୟାଳୟ ପରିଷରରେ ସୋମବାର ଓଡିଶା ରାଜ୍ୟ ସ୍କାଉଟ ଓ ଗାଇଡ ଆୁନୁକୁଲ୍ୟରେ ଜିଲା ଶିକ୍ଷା ଅଧୀକାରିଙ୍କ ଦ୍ବାରା ଆୟୋଜିତ ଓ କାମାକ୍ଷାନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହଯୋଗରେ ଏକ ଜୀବନବିନ୍ଦୁ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଂଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ରକ୍ତ ଅଭାବରୁ ଯେମିତି କାହାର ଜୀବନ ନଯାଉ, ସେଥିପାଇଁ ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବାର ଆବଶ୍ୟକତା ଅଛି। ଜିଲା ଶାରିରୀକ ଶିକ୍ଷା ଅଧିକାରୀଣି ସୁଶ୍ରୀ ଶୌଦାମିନୀ ଦାସ, ଜିଲା ରକ୍ତଭଣ୍ଡାର ଅଧିକାରୀ ଡା.ଜୟନାରାୟଣ ପାଢୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମ୍ବିକା ସାହୁ,ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବନଲତା ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଊପସ୍ଥିତ ଥିବାବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ଭୋଇ ଧନ୍ୟବାନ ପ୍ରଦାନ କରିଥିଲେ। ରକ୍ତଭଣ୍ଡାର ପକ୍ଷରୁ ପରମାନନ୍ଦ ପଣ୍ଡା,ଭୀମସେନ ବେହେରା, ଅଜୟ ସ୍ବାଇଁ ଓ ସୌଭାଗ୍ୟ ମିଶ୍ର ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ଶିକ୍ଷକ ବାନାର୍ଜୀ ମହାନ୍ତି, ସନାତନ ପଟ୍ଟନାୟକ, ଯୁଧିଷ୍ଠିର ବିଶ୍ବାଳ, ରାମକୃଷ୍ନ ବେହେରା,ଧନେଶ୍ବର ସାହୁ,ଶଶ୍ମିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିକ୍ଷକ ବିମଳ କୁମାର ପରିଡା ସଂଯୋଜନା କରିଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *