ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
କୋରାପୁଟ: ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ସ୍ଥାନୀୟ ପଂଚାୟତ ସମିତି ନନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରଜନୀ କାନ୍ତ ଦାସ ଶୁଭାରମ୍ଭ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ବିଚିତ୍ର କୁମାର ରାଉତ ପିଏ ପଦ୍ମିନୀ କଂହର, ଜିପିଓ ବେଦାନ୍ତ କୁମାର ମାଝୀ ,ବିଏଲସି ବିକ୍ରମ କେଶରୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ 8 ଗୋଟି PIA ଏଥିରେ ଯୋଗ ଦେଇଥିଲେ।ଏଥିରେ 23 ଗୋଟି ଗ୍ରାମ ପଚାୟତ ର ପ୍ରାୟ 400 ଯୁବକ ଯୁବତୀ ଯୋଗଦେଇ ଥିଲେ।
ରିପୋର୍ଟ: ସୁବାସ ଚନ୍ଦ୍ର ନାହାକ ,ତୀର୍ଥକ୍ଷେତ୍ର ,କୋରାପୁଟ।
