ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ
କାକଟପୁର, ୨୨/୧୨– ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଆଜି କଣାସ ବ୍ଲକ ଅର୍ନ୍ତଗତ ବଡାସ ଗ୍ରାମସ୍ଥିତ ପ୍ରତ୍ୟେକ୍ଷ ଠାକୁରାଣୀ ପଞ୍ଚମୁଖୀଙ୍କ ପ୍ରାଙ୍ଗଣରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁଜ୍ଞାନ ଚୌଧରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ବିଜୁ ଯୁବ ଜନତା ଦଳର ଉପ-ସଭାପତି ଶ୍ରୀଯୁକ୍ତ ସୁବାଷିସ ଖୁଣ୍ଟିଆ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ପୁରୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଜେନା, ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ କୁମାର ପରିଡା, ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରୀ, ସଂପାଦକ ଜୟକୃଷ୍ଣ ଦାଶ, କଣାସ ଥାନା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସୁଜିତ୍ ଦାସ ଓ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିଭୂତି ଭୂଷଣ ତ୍ରିପାଠୀ ଅତିଥିଭାବେ ଯୋଗଦେଇଥିଲେ । ସର୍ବପ୍ରଥମେ ଅତୀଥିମାନେ ଜଗତର ବଡଠାକୁର ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପରେ ପରେ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ବଡାସ ପ୍ରାଥମିକ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମହେଶ୍ୱର ବେହେରା, ଶ୍ରୀଯୁକ୍ତ କୃପାସେନ୍ଧୁ ସେଠୀ, ଶ୍ରୀଯୁକ୍ତ ସୁଶାନ୍ତ ନରେନ୍ଦ୍ରଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ସଂଗୀତ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ । ସମ୍ମିଳନୀରେ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କର ଅନେକ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଆଗାମୀଦିନରେ ସାମ୍ବାଦିକ ମାନଙ୍କର ସମସ୍ୟା ସଂପର୍କରେ ସରକାରଙ୍କୁ ଅବଗତ କରାଯିବ ନିମନ୍ତେ ନିଷ୍ପତି ଗ୍ରହଣକରାଗଲା । ସାମ୍ବାଦିକ ବିଭୂତି ଶ୍ରୀଯୁକ୍ତ ଭୂଷଣ ତ୍ରିପାଠୀଙ୍କୁ ପୁରୀ ଜିଲ୍ଲା କାର୍ଯ୍ୟକାରୀ ସାମ୍ବାଦିକ ସଂଘର ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ରାଜ୍ୟସଭାପତି ଶ୍ରୀଯୁକ୍ତ ଚୌଧରୀ ଘୋଷଣା କରିଥିଲେ । କଣାସ ଅଂଚଳର ବରିଷ୍ଠ ସାମ୍ବାଦିକ ଶ୍ରୀଜୀକ୍ତ କୃପାସିନ୍ଧୁ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶୋଭାକର ବେହେରା ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଲାଲାଟେନ୍ଦୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଶ୍ରୀକାନ୍ତ ପଟ୍ଟଯୋଷୀ, ହେମନ୍ତ ମହାରଥୀ, କୃପାସିନ୍ଧୁ ବିଶ୍ୱାଳ, ବିଭୂତି ମହାପାତ୍ର, ଅକ୍ଷୟ ନାୟକ, ସୁରେସ ଚନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନ୍ତୋଷ ଗୋଛାୟତ, ସଂଜୟ ପ୍ରଧାନ, ସଚ୍ଚିଦାନନ୍ଦ ଗୋଛାୟତ, ତପନ କୁମାର ଛାଟୋଇ, ତ୍ରିଲୋଚନ ବେହେରା ପ୍ରମୁଖ ପ୍ରାୟ ୫୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇଥିଲେ ।
ରିପୋର୍ଟ- କୋଣାର୍କରୁ ସୌମ୍ୟ ରଞ୍ଜନଙ୍କ।
