ଜୟ ଭାରତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କନ୍ତିଓପୁଟ ସାହିର ବାଜିମାତ

କାମାକ୍ଷାନଗର– ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ଖେଳ ପଡ଼ିଆରେ ଜୟ ଭାରତୀ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ୧୫ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଯାଇଅଛି ।ଆଜିର ଫାଇନାଲ ମ୍ୟାଚରେ ଚାନ୍ଦପୁର ସହିତ କନ୍ତିଓପୁଟସାହି ମ୍ୟାଚ ମଧ୍ୟରେ ହୋଇଥିଲା।ଆଜିର ମ୍ୟାଚରେ ଚାନ୍ଦପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୩.୧ ଓଭରରେ ୧୦ ଉଇକେଟ ରେ ୯୬ ରନ କରିଥିବା ବେଳେ ଜବାବରେ କନ୍ତିଓପୁଟସାହି ୧୩.୪ ଓଭର ରେ ୫ ଉଇକେଟରେ ୯୭ ରନ କରି ବିଜୟ ଲାଭ କଲା ।ଆଜିର ଫାଇନାଲ ମ୍ୟାଚ୍ ରେ ମୁଖ୍ୟଅତିଥି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ତଥା ସାଆନ୍ଦା ସରପଞ୍ଚ ଶ୍ରୀଯୁକ୍ତ ଗୌତମ ପାଣି ଯୋଗ ଦେଇଥିବା ବେଳେ ସାଆନ୍ଦା ମହାବିଦ୍ୟାଳୟର ଅଧ୍ୟାପକ ଶିଶିର କୁମାର ପଣ୍ଡା , ମହାବିଦ୍ୟାଳୟ ଅଧ୍ୟକ୍ଷ ଶିଶିର ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଆଜି ର ମ୍ୟାଚ୍ ରେ ଖେଳ ସୁନିଲ ପାଣି ,ରାଜେଶ୍ ପାଣିପରିଚାଳନା କରିଥିବା ବେଳେ ଅଶୋକ ପଣ୍ଡା ଧାରାବିବରଣୀ ପାଠ କରିଥିଲେ, ସେହିପରି ବାପୁ , ସେଠୀ ,ବନଜା ପଣ୍ଡା ପ୍ରମୁଖ ସ୍କୋରର ଦାୟୀତ୍ବ ତୁଲାଇ ଥିଲେ ।ଆଜିର ମ୍ୟାଚ୍ ରେ ଅନିଲ ପାଣି,ସୁରେଶ ପଣ୍ଡା ହିମାଂଶୁ ପଣ୍ଡା,ଆଲୋକ ପାଣି , ସୁତାଂଶୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ଆଜିର ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *