ପ୍ରଧାନ ଶିକ୍ଷାକଙ୍କ ମହାଦୁର୍ନୀତି ଗ୍ରାମବାସୀଙ୍କ ରଣ ହୁନୁକାର

କାମାକ୍ଷାନଗର ତା,୨୪,୧୨,୨୦୨୧- ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟରେ ମହା ଦୁର୍ନିତୀ ଦେଖିବାକୁ ମିଳିଛି। ସ୍କୁଲର ହେଡ ମାଷ୍ଟର ତପନ କୁମାର ସାହୁଙ୍କ ନାମରେ ଗ୍ରାମ ବାସି ସ୍କୁଲ କମିଟି ସଭାପତି ସଂଯୁକ୍ତା ପରିଡା ଅଭିଯୋଗ କରିଛନ୍ତି। ସ୍କୁଲ ପରିସରରେ ଥିବା ସାଗୁଆନ ବଗିଚ଼ାରୁ ଗଛ କାଟି ନିଜ ଘର କାମ କରୁଛନ୍ତି ।ସ୍କୁଲ ଘରେ ହଳଦୀ ବେପାରିମାନେ ଭଡାରେ ରହୁଛନ୍ତି। ଘରଭଡା ଟଙ୍କା ତପନ କୁମାର ସାହୁଙ୍କ ପାଖରେ ରହୁଛି। ସ୍କୁଲ ସମୟ ବାରଣ୍ଡାରେ ହେଡ ମାଷ୍ଟରଙ୍କ ଶୟନ କରିଥିବା ଫଟୋ ଗ୍ରାମବାସି ଦେଖାଇଛନ୍ତି ।ସ୍କୁଲ ଆସୁଥିବା ଚାଉଳ ଚେ଼ାରୀ କରୁଛନ୍ତି ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି। ସ୍କୁଲର ଥିବା ଫଣ୍ଡ ଆତ୍ମସାଥ କରିଛନ୍ତି । ଏଡିଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଢେଙ୍କାନାଳ ଅଫିସର ଆସି ବୁଝା ସୁଜା କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଗ୍ରାମବାସୀଙ୍କ ପ୍ରତିକ୍ରିୟା- କିଛି ସମାଧାନ ନ ହେଲେ ଆଗାମୀ ଦିନରେ ସ୍କୁଲରେ ତାଲା ଝୁଲିବ ।

ଅଭିଯୋଗ– ସ୍କୁଲରୁ ହେଡ ମାଷ୍ଟରଙ୍କୁ ବାହାର କରାଯାଉ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *