ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

ଜଟଣୀ: ୨୫/୧୨– ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ବତନ୍ତ୍ର ସେବା ଶିବିର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନ ମିଶ୍ରଙ୍କ ଅଧକ୍ଷତାରେ ଉତ୍ସବର ଶେଷ ଦିନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତି ଯୋଗିତା ହୋଇଥିଲା। ବିଚାରକ ଭାବରେ ମହାବିଦ୍ୟାଳୟର +୩ର ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ଓ +୨ର ଇଂରାଜୀ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ମିଶ୍ର ଯୋଗଦେଇଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସେବା ବିଷୟରେ ଦିଗଦର୍ଶନ ପ୍ରଦାନ କରିଥିଲେ।ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଆରତୀ ସେନ ଓ ମହାବିଦ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସଭା କାର୍ଯ୍ୟକୁ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ର ଅଧିକାରୀ ସହଦେଵ ସାହୁ ପରିଚାଳନା କରିଥିଲେ ।

ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ।

Leave a Reply

Your email address will not be published. Required fields are marked *