ବଡକମରଠାରେ ବ୍ରାହ୍ମଣୀ ସେତୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
କାମାକ୍ଷାନଗର :- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡକମର ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ କାର୍ଯୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସେତୁ ନିର୍ମାଣ ପାଈଁ ଅଞ୍ଚଳ ବାସୀ ଦୀର୍ଘ ବର୍ଷ ଧରି ଦାବୀ କରି ଆସୁଥିବା ବେଳେ ଆଜି ତାହାର ଭୂମି ପୂଜନ ହୋଇଛି। ତେବେ ନାବାର୍ଡ ପକ୍ଷ୍ୟରୁ ଏହି ଅର୍ଥ ରାଶି ଦିଆଯାଇଥିବା ବେଳେ, ୧.୧୮ କିମି ସେତୁ ନିର୍ମାଣ ନିମନ୍ତେ ମୋଟ ୧୧୪.୯୨ କୋଟି ଟଙ୍କା ଖର୍ଚ୍ଚ ହେବାର ଥିବା ବେଳେ ଅଢେଇ ବର୍ଷ ଭିତରେ କାର୍ଯ୍ୟ ସାରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ ବିଧାୟକ ନୃସିହ ଚରଣ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଭୂମି ପୂଜନ କରିଥିବାବେଳେ ଏହି ସେତୁ ପରଜଙ୍ଗଅଞ୍ଚଳ ପାଇଁ ଏକ ମାଇଲ ଖୁଣ୍ଟ ହେବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ୍ ଡାଃ ନୃସିଂହ ଚରଣ ସାହୁ।
ରିପୋର୍ଟର :-ପ୍ରକାଶ କୁମାର ପାତ୍ର।
