ଲୋକେଶ୍ୱରପୁର ରେ ବାହୁଡା଼ଯାତ୍ରା ଅନୁଷ୍ଠିତ
ଖୋର୍ଦ୍ଧା–5/7-ଖୋର୍ଦ୍ଧା ନିକଟବର୍ତ୍ତୀ ଲୋକେଶ୍ୱରପୁର ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ବାହୁଡା଼ଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି l ଦୀର୍ଘ ଆଠଦିନ ଧରି ବ୍ୟାପି ପ୍ରତେକଦିନ ସନ୍ଧ୍ୟା ସମୟରେ ଭଜନ, କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଆଜି ମହାପ୍ରଭୁ ଙ୍କ ସମସ୍ତ ନୀତି, କାନ୍ତି ସମାପ୍ତ ହେବାପରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ରଥାରୁଢ଼ କରାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା l ଶ୍ରଦ୍ଧାଳୁ ମାନେ ଦୀର୍ଘ ତିନି କିଲୋମିଟର ଧରି ରଥ ଟାଣିଥିଲେ l ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଜନସମାଗମକୁ ଦୃଷ୍ଟି ରେ ରଖି ଶାନ୍ତି, ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ପୁଲିସ ମୃତୟନ କରାଯାଇଥିଲା l ରଥଯାତ୍ରା ପରିଚାଳନା କମିଟି ର ସଦସ୍ୟ ଅମ୍ବିକା ପ୍ରସାଦ ଦାସ, ରମେଶ ମୁଦୁଲି, କାଳିଆ, ସିନ, କୁନା, ପ୍ରଫୁଲ୍ଲ ପ୍ରମୁଖ ଙ୍କ ସହଯୋଗ ରେ ବାହୁଡା଼ ଯାତ୍ରା ଶାନ୍ତି, ଶୃଙ୍ଖଳା ସହ ସମାପ୍ତ ହୋଇଥିଲା l
