ଦୁଇ ମହିଳା ଓ ଜଣେ ପୁରୁଷ ମାଓବାଦୀ କନ୍ଧମାଳ ଏସପି, ସି ଆର ପି ଏଫ କୋମ୍ମାଣ୍ଡେଣ୍ଟ, ଓ ଦକ୍ଷିଣାଚଳ ଆଇ ଜି ଙ୍କ ସମ୍ମୁଖରେ ଆତ୍ମସମର୍ପଣ କଲେ ।
କନ୍ଧମାଳ ତା ୦୭/୦୭୨୦୨୫ ଫୁଲବାଣୀ କେ କେ ବି ଏନ ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିସବୁବା ଦୁଇ ମହିଳା ଓ ଜଣେ ପୁରୁଷ ମାଓବାଦୀ ଆଜି କନ୍ଧମାଳ ଏସପି ହରିଶ ବି ସି, ଆଇ ଜି ନୀତି ଶେଖର ଓ ସି ଆରପି ଏଫ କଂମାଣ୍ଡେଣ୍ଟ ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି! ସମର୍ପଣ କରିଥିବା ମାଓବାଦୀ ହେଲେ ବଂଶଧାରା ନାଗା ବଳି ଡିଭିଜନର ଡୁଗୁନମାକା ଗ୍ରାମ, ସୁକୁମା ଜିଲ୍ଲାର ମେଡୀ ବେଟି ଓରଫ ଚମ୍ପା, ବିଜାପୁର ଗ୍ରାମର (ବିଜାପୁର ଜିଲ୍ଲା )ପାଙ୍ଗୁଡୁ ର ଆଦ୍ମ ମାଧବୀ 27 ବର୍ଷ ଓ ବାସଗୁଡ଼ା ଜିଲ୍ଲା ବିଜାପୁର ର ରାଜୁ ଦୋଦି ଓ୍ରୁରୁଫ ଅଜୟ 28 ବର୍ଷ ! ଆତ୍ମ ସମର୍ପଣ ପରେ ସେମାନେ ଅବାସ୍ତବ ମାଓ ବାଦୀ କାର୍ଯ୍ୟ କଳାପ, ଯୌନ ନିର୍ଯାତନା, ଏକ୍ସଟରସନ ରେ ଅତିଷ୍ଠ ହୋଇ ମାଓବାଦୀ କାର୍ଯ୍ୟ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତି ନେଲୁ ବୋଲି ପ୍ରକାଶ କରିଛନ୍ତି! ଏହି ମାଓବାଦୀ ମାନେ 2009 ରୁ ଝାରଖଣ୍ଡ ର ଉତ୍ତର ଦକ୍ଷିଣ ଓ ଛତିଶଗଡ଼ ଭାୟା ଦକ୍ଷିଣ କେନ୍ଦ୍ରୀୟ ଓଡିଶା ରେ ମାଓ ବାଦୀ କାର୍ଯ୍ୟ କଳାପକୁ ପୁନଃ ଜୀବିତ କରିବା କାର୍ଯ୍ୟ କରିଆସୁଥିଲେ! 2009,2011ଓ 2016 ରେ ଛତିଶଗଡ଼ ଓ ଓଡିଶା ରେ ବହୁ ମାଓବାଦୀ ଘଟଣା ରେ ଜଡିତ ଥିଲେ! ଏଥି ପୂର୍ବରୁ ଗତ 30ତାରିଖରେ ଦୁଇ ପୁରୁଷ ମାଓବାଦୀକୁ ପୋଲିସ ଡି ଭି ଏଫ ଗୁଳି କରି ମାରିଥିଲେ!
