ସମ୍ପୂର୍ଣ ମଦମୁକ୍ତ ଓଡିଶା ଶୀର୍ଷକ ଆଲୋଚନାଚକ୍ର। ରେଢୁଆ ବିସି କଲେଜ।

ରଘୁନାଥପୁର:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ରେଢୁଆ ଆଞ୍ଚଳିକ ବିକାଶ ପରିଷଦ ଓ ସହଯୋଗ ଚାରିଟେବଲ୍ ଟ୍ରଷ୍ଟ ଏବଂ ମିଳିତ ଓଡ଼ିଶା ନିଶା ନିବାରଣ ସଙ୍ଗଠନ ନେତୃତ୍ୱରେ “ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ପାଇଁ ସଂକଳ୍ପ” ଶୀର୍ଷକକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ପ୍ରତାପ ଲେଙ୍କା ପୌରହିତ୍ୟ କରିଥିବାବେଳେ ସାମାଜିକ କର୍ମୀ ସ୍ନେହାଂସୁ ଜେନା ସଭା ପରିଚାଳନା କରିଥିଲେ।ଏଥିରେ ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଦ କିପରି ଗରିବର ସଂସାରକୁ ଉଜାଡ଼ିଦେଉଛି ଓ ଯୁବପିଢୀଙ୍କୁ ବିପଥଗାମୀ କରି ସମାଜରେ ବଳାତ୍କାର ତଥା ନାରୀ ଅତ୍ୟାଚାରର ମାତ୍ରା ବଢିବାରେ ଲାଗିଛି ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।ମିଳିତ ଓଡ଼ିଶା ନିଶା ନିବାରଣର ରାଜ୍ୟ ସଂଯୋଜିକା ଇନ୍ଦୁମତି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ରୀଛାତ୍ରମାନେ ନିଜ ପଡିଶା,ଗ୍ରାମ ଓ ପଞ୍ଚାୟତରେ ମଦ ବିରୋଧି ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ରଖିଥିଲେ।ଏହି ଅବସରରେ ଉପସ୍ଥିତ ଛାତ୍ରୀଛାତ୍ରମାନେ ନିଜ ବକ୍ତବ୍ୟରେ ରାଜ୍ୟକୁ ସଂପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଜନମଙ୍ଗଳକାରି ସରକାରଙ୍କୁ ନିବେଦନ କରିଥିଲେ।ନଚେତ ଆଗାମୀ ଦିନରେ ସଂପୂର୍ଣ୍ଣ ମଦ ମୁକ୍ତ ଓଡ଼ିଶା ଗଠନ ପାଇଁ ଛାତ୍ରସମାଜ ସଂଗଠିତ ହୋଇ ଏହାର ତୀବ୍ର ବିରୋଧ କରିବ ବୋଲି ମତ ପ୍ରକାଶ ପାଇଥିଲା।ଏହି ଆଲୋଚନାଚକ୍ରରେ ଭଗବାନ  ଖୁଣ୍ଟିଆ, ଶାରଦା ପ୍ରସାଦ ଜେନା, ଦେବି ପ୍ରସାଦ ମହାରଣା, ଗଗନ ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ।ଶେଷରେ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *