ବନ ମହୋତ୍ସବ ସପ୍ତାହରେ ଲଗାତାର ବୃକ୍ଷ ରୋପଣ

ବନ ମହୋତ୍ସବ ସପ୍ତାହରେ ଲଗାତାର ବୃକ୍ଷ ରୋପଣକୋଣାର୍କ/କାକଟପୁର- କୋଣାର୍କ ଓ କାକଟପୁର ବ୍ଲକର ଅନ୍ୟତମ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜୁଲାଇ ୧ରୁ ୭ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବନ ମହୋତ୍ସବ ସପ୍ତାହରେ ଲଗାତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ପାରିବେଶପ୍ରେମୀ ସାମ୍ୱାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ ସପ୍ତାହର ପ୍ରତ୍ୟେକ ଦିନ ତଥା ୭ ଦିନ ଧରି ବୃକ୍ଷ ରୋପଣ କରାଯାଇଛି। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ, କାକଟପୁର ବ୍ଲକ ଅନ୍ତର୍ଗତ ଜମରା ଗ୍ରାମ, ଗୋଧନପଡ଼ା ଗ୍ରାମ, ବଢେଇ ଠାକୁରାଣୀ ପୀଠ, ବାଲିଦୋକାନ ବଜାର ଓ ସୁଆରଗ୍ରାମ ବିରିଜାଇ ପୀଠରେ ବ୍ୟାପକ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରାଯାଇଛି। ବିଶେଷକରି ବଉଳ, ପୀସ୍ତା ବାଦାମ ଓ ଆମ୍ବ ଚାରା ରୋପଣ କରାଯାଇଛି। ଯାହା ପରିବେଶକୁ ପ୍ରଦୂଷଣ ନିୟନ୍ତ୍ରଣ, ମୃତ୍ତିକା ସଂରକ୍ଷଣ, ବିଶ୍ୱ ତାପମାନ ନିୟନ୍ତ୍ରଣ ରଖିବା ସହ ମନୁଷ୍ୟ, ପଶୁପକ୍ଷୀ ଓ ବନ୍ୟଜନ୍ତୁ ମାନଙ୍କ ନିମନ୍ତେ ଛାୟା, ଫଳ ଓ ଅମ୍ଳଜାନ ପ୍ରଦାନ କରିବ। ପୃଥିବୀ ମାକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରି ପାରିବ। ଆଗମୀ ଦିନରେ ବର୍ଷ ତମାମ ଏହିପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବା ସହିତ ଦୁଇ ହଜାର ତାଳମଞ୍ଜି ରୋପଣ କରାଯିବ ବୋଲି ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *