ଶୁଣ୍ଢି ସମାଜ ପକ୍ଷରୁ ରଥଯାତ୍ରାରେ ମାଗଣା ଖାଦ୍ୟ ଓ ପାନୀୟ ବଣ୍ଟନ
ପୁରୀ – ପୁରୀରେ ପ୍ରସିଦ୍ଧ ରଥଯାତ୍ରା ଓ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ପୁରୀ ଜିଲ୍ଲା ଶୁଣ୍ଢି ସମାଜ ପକ୍ଷରୁ ବଡଶଙ୍ଖ ଠାରେ ଏକ ଶିବିର କରାଯାଇ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମାଗଣା ଖାଦ୍ୟ ଓ ପାନୀୟ ବଣ୍ଟନ କରାଯାଇଥିଲା। ରଥଯାତ୍ରା ଓ ବାହୁଡା ଉଭୟ ଯାତ୍ରାରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଘିଅ ଅର୍ନ୍ନ, ଖେଚୁଡ଼ି, ଡାଲମା, ବିସ୍କୁଟ, ଦହିପଣା, ସ୍ୱଚ୍ଛ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସଭାପତି ଗୋପବନ୍ଧୁ ସାହୁ, ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ରାଜ୍ୟ ଯୁବ ସଭାପତି ମଙ୍ଗରାଜ ସାହୁ, ରାଜ୍ୟ ଉପଦେଷ୍ଟା ବସନ୍ତ ସାହୁ, ଜିଲ୍ଲା ମହିଳା ସଭାପତି ବେବିନାରାଣୀ ସାହୁ, କୋଷାଧକ୍ଷ ଦିଲ୍ଲୀପ କୁମାର ସାହୁ, ଅନିଲ ସାହୁ, କଳ୍ପନା ସାହୁ, ସୁରେନ୍ଦ୍ର ସାହୁ, ବଣ୍ଟି ସାହୁ, ଜିତେନ୍ଦ୍ର ସାହୁ, ଚନ୍ଦ୍ରଶେଖର ସାହୁ, ଅକ୍ଷୟ ସାହୁ ପ୍ରମୁଖ ସହଯୋଗ କରି ଶ୍ରଦ୍ଧାଳୁ ମାନଙ୍କୁ ସେବା ଯୋଗାଇଥିଲେ।
