ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଷାଠିଏ ତମ ପ୍ରତିଷ୍ଠା ଦିବସ ପାଳନ

ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଷାଠିଏ ତମ ପ୍ରତିଷ୍ଠା ଦିବସ ପାଳନ ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଷାଠିଏ ତମ ପ୍ରତିଷ୍ଠା ଦିବସ .୦୭.୦୭.୨୦୨୫ ରେ ମହା ସମାରୋହରେ ପାଳିତ ହୋଇ ଯାଇଚି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମଲ୍ଲିକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ମହାବିଦ୍ୟାଳୟରେ ହେବାକୁ ଥିବା ଅନେଗୁଡିଏ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ମହାବିଦ୍ୟାଳୟର ସ୍ୱର୍ଣୀମ ଇତିହାସକୁ ଦୋହରାଇ ଥିଲେ।ଏହି ଅବସରରେ ମହାବିଦ୍ୟାଳୟର ନୂତନ ଗୃହ, କମ୍ପ୍ୟୁଟର ପରୀକ୍ଷାଗାର ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରା ଯାଇଥିଲା। ଏହି ଉଦଘାଟନ ରେ ଜିନ୍ଦଲ ଷ୍ଟେନ୍ ଲେସ ଷ୍ଟିଲ ର ଆବାସିକ ନିର୍ଦ୍ଦେଶକ ଶ୍ରୀ ଶଶି ଭୂଷଣ ଉପାଧ୍ୟାୟ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କେଉଁଝର ଶାଖାର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ କମଳ ଲୋଚନ ଷଡ଼ଙ୍ଗୀ ଯୋଗ ଦେଇ ଥିଲେ। ମହାବିଦ୍ୟାଳୟର ଛାତ୍ରୀ ନିବାସ ପରିସରରେ ବୃକ୍ଷରୋପଣ ଓ ବନ ମହୋତ୍ସବ ପାଳନ କରା ଯାଇଥିଲା। । କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ।ସମାରୋହ ସମିତିର ସମ୍ପାଦକ ଅଧ୍ୟାପକ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସମିତିର ସଭ୍ୟା ଅଧ୍ୟାପିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ସମିତିର ସଭ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ରାଜେଶ କୁମାର ସାହୁ, ଶ୍ରୀଯୁକ୍ତ ତନ୍ମୟ ପୃଷ୍ଟି ଓ ଶ୍ରୀଯୁକ୍ତ ସୂରେନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ସାମ୍ବାଦିକ ବୃନ୍ଦ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *