କଳାବ୍ୟାଚ ପରିଧାନ କଲେ ରାଜସ୍ବ ଅମଲା କର୍ମଚାରୀ
ଗଣିଆ -ଓଡ଼ିଶା ରାଜସ୍ବ ଅମଲା ସଂଘ ଡାକରାରେ ୧୦ ଦଫା ଦାବି ନେଇ ଗଣିଆରେ କାର୍ଯ୍ୟରତ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରିଛନ୍ତି । ସେମାନେ ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ ଯଦି ସରକାର ସେମାନଙ୍କ ଦାବି ପୂରଣ କରିବାରେ ଅସମର୍ଥ ହୁଅନ୍ତି ତେବେ ୧୪ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାର୍ଯ୍ୟବନ୍ଦ ଆନ୍ଦୋଳନ ସମୟରେ ଜନସାଧାରଣ ଯଦି ସାଧାରଣ ସେବା ପାଇବାରେ ଅସୁବିଧା ଭୋଗିବେ ତେବେ ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଗଣିଆ ବ୍ଳକ ତରଫରୁ ଏହି ଆନ୍ଦୋଳନରେ ଅକ୍ଷୟ କୁମାର ପ୍ରଧାନ, ଜନାର୍ଦ୍ଦନ ମଲ୍ଲିକ,ରଜନି ମାଝି,ସୂଶାନ୍ତ ମଲ୍ଲିକ,ସୁମିତ୍ରା ମଲ୍ଲିକ, ସୁଶାନ୍ତ ମାଝି ପ୍ରମୁଖ ସାମିଲ ହୋଇଥିଲେ ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
