ମୋ ଠାରୁ ତୁମେ ବେଶି ଭଲ
ମୋ ଠାରୁ ତୁମେ ବେଶି ଭଲ
ଗୋଲୋକବିହାରୀ ବେହେରା
ମୋଠାରୁ ତୁମେ ବେଶି ଭଲ ସଖି,
ହୃଦୟରେ ଅନୁରାଗ,
ସୂକ୍ଷ୍ମ ସମ୍ବେଦନ ପ୍ରଣୟ ସଂଗୀତ
ଆନନ୍ଦ ତୀର୍ଥ ଆବେଗ ।
ଦେହେ ସମ୍ମୋହନ ମନେ ସାତରଙ୍ଗ
ଅସ୍ତିତ୍ବ ସହ ଚେତନ,
ଜଡ ମଣିଷକୁ ଚଞ୍ଚଳ କରେ ସେ
ପୂର୍ଣ୍ଣ ହେଉ ଏ ଜୀବନ ।
ପରିପୂର୍ଣ ମୋତେ କରିଦେବ ତୁମେ
ଆକସ୍ମିକ ସୌଭାଗ୍ୟର,
ସବୁ ଦେଉଥିବା ସମର୍ପିତ ମନ
ଉଛୁଳା କୂଅର ଝର ।
ସକଳ ଶୁଦ୍ଧତା ସମର୍ପି ଦେବାରେ
ଆନନ୍ଦ ଅଧୀର ମନ,
ଅସ୍ତିତ୍ବ ସହିତ ଚେତନ ମିଶ୍ରଣ
ଆତ୍ମା ପ୍ରକୃତି ମିଳନ ।
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
