ମେଡିକାଲ୍ ବେଡ୍ ରୁ ନିଖୋଜ ମହିଳା,ସହରରେ ଚହଳ ।
କନ୍ଧମାଳ ତା ୦୮/୦୭/୨୦୨୫ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନ। ମେଡ଼ିସିନ୍ ୱାର୍ଡରେ ଚିକିତ୍ସା ଧିନ ଥିବା ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ମହିଳା ଜଣକ ମାଷ୍ଟରପଡା ଅଞ୍ଚଳର ମମ ତା ସାହୁ । ରାଇକିଆ ତହସିଲରେ କ୍ୟସିଆର୍ ଭାବେ କାର୍ଯ୍ୟରତ ମମ ତା ଙ୍କ ସ୍ବାମୀ ଆଶିଷ ବେହେରା ପତ୍ନୀ ନିଖୋଜ ଥିବା ନେଇ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମମତା ଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଆଶିଷ ୬ ତାରିଖରେ ସଦର ମହକୁମା ମେଡ଼ିକାଲର ମେଡ଼ିସିନ୍ ୱାର୍ଡରେ ଆଡମିଟ୍ କରିଥିଲେ । ହେଲେ ସ୍ବାମୀ ସକାଳୁ ମେଡିକାଲ୍ ବାହାରୁ ବ୍ରଶ ଓ ପେଷ୍ଟ୍ ଆଣିବା ପାଇଁ ଯାଇ ଫେରିବା ବେଳେ ଦେଖିଲେକି ସ୍ତ୍ରୀ ବେଡରେ ନଥିବ। ଦେଖି ମେଡିକ।ଲ କତୃପକ୍ଷ କୁ ପଚାର ଉଚର। କରିଥିଲେ କିନ୍ତୁ ମେଡିକାଲ୍ କତୃପକ୍ଷ ଆମେ କିଛି ଜାଣି ନାହିଁ କହି ଆଶିଷ ଙ୍କୁ ଖରାପ୍ ବ୍ୟବହାର କରିଥିଲେ । ହେଲେ ଆଶିଷ ନିଜ ପରିଜନ, ବନ୍ଧୁବାନ୍ଧବ ,ସମ୍ପର୍କକିୟ ଶାଶୁ ଘର ଲୋକଙ୍କୁ ପଚର ଉଚର। କରି ସାରିବା ପରେ କିଛି ଖବର ନ ପାଇ ଟାଉନ୍ ଥାନାରେ ଏତଲା ଦେଇଥିଲେ । ମେଡିକାଲ୍ ରେ ମମତା ଚିକିତ୍ସାଧୀନ ଅବସ୍ଥାରେ କେଉଁଆଡେ ଚାଲି ଗଲେ ଉକ୍ତ ସମୟରେ କାର୍ଯ୍ୟରତ ଥିବା କର୍ମ ଚାରି କିପରି ଭାବରେ ଜାଣି ପାରିଲେ ନାହିଁ ଆଶିଷ ପ୍ରଶ୍ନ କରିଛନ୍ତି ।ମେଡିକାଲ୍ ତରଫରୁ ମଧ୍ୟ ସ୍ଥାନୀୟ ଥାନା ରେ ଏନେଇ ଏତଲା ଦିଆଯାଇଥିବା କଥା ଶୁଣିବାକୁ ମିଳିଛି ।
