ପରିବାରରେ ପିତୃମାତୃହୀନ ଶିଶୁଙ୍କ ଓ ଏକକ ପିତୃମାତୃ ଶିଶୁଙ୍କ ଚିହ୍ନଟ ନିମନ୍ତେ ସର୍ବେକ୍ଷଣ ତାଲିମ କାର୍ଯ୍ୟକ୍ରମ

ଭଦ୍ରକ ତା.୦୮.୦୭.୨୦୨୫ ରିଖ। ଜିଲ୍ଲାପରିଷଦ ସମ୍ମିଳନୀ ସଭାଗୃହ ପରିଷଦରେ ଅନୁଷ୍ଠିତ ପରିବାରରେ ରହୁଥିବା ପିତୃମାତୃହୀନ ଶଶୁ ଓ ଏକକ ପିତୃମାତୃହୀନ ଶିଶୁଙ୍କୁ ଚିହ୍ନଟ ନିମନ୍ତେ ଏକ ତାଲିମ କାର୍ଯ୍ୟ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ମର୍ମରେ ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ସମେତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଜିଲ୍ଲାପାଳ ଭଦ୍ରକ ଦିଲ୍ଲୀପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶୁଭେନ୍ଦୁ ସାମଲ ପ୍ରମୂଖ ଯୋଗଦାନ କରି ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ସର୍ବେକ୍ଷଣରେ ସମ୍ପୂର୍ଣ୍ଣ ସହଯୋଗ ଓ ନିର୍ଭୁଲ ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବାରରେ ପ୍ରକୃତ ଶିଶୁମାନେ କିଭଳି କେଉଁ ଅବସ୍ଥାରେ ଅଛନ୍ତି ତାଙ୍କୁ ଚିହ୍ନଟ କରି ଉପଯୁକ୍ତ ଫର୍ମାଟରେ ତଥ୍ୟ ପ୍ରଦାନ କରିବା ପାଇଁ ପି.ଡ଼ି. ମତପୋଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ସି.ଡ଼ି.ପି.ଓ., ସୁପର ଭାଇଜର ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ନେବାପରେ ସେକ୍ଟର ସ୍ତରରେ ସମଗ୍ର ଅଙ୍ଗନୱାଡ଼ି କର୍ମୀଙ୍କୁ ତାଲିମ ଦେବାସହ ତଥ୍ୟପୂର୍ଣ୍ଣ କରି ଜିଲ୍ଲାସ୍ତରକୁ ପ୍ରେରଣ କରିବାପାଇଁ ସୂଚନା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀର ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର, ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ, ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ. ଦେବରାଜ ପାଣିଗ୍ରାହୀ, ଶିଶୁ ସୁରକ୍ଷା ୟୁନିଟ୍‌ର ସୁବ୍ରତ ଦାଶ ଯୋଗଦାନ କରିଥିଲେ। ଶିଶୁ ସୁରକ୍ଷା ୟୁନିଟ୍‌ର ସ୍ୱାଗତିକା ବାରିକ୍‌, ଦମୟନ୍ତୀ ଦାସ, ଧୀରଜ ବାରିକ, ମହେଶ ଚନ୍ଦ୍ର, ନବୀନ ବେହେରା, କୂଳଦୀପ ଜେନା ସମେତ ଚାଇଲ୍ଡ ଲାଇନର ସଂଯୋଜିକା ଶୁଭଶ୍ରୀ ପଡ଼ିହାରୀ ସମସ୍ତ ଟିମ୍ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସୁରକ୍ଷା ଅଧିକାରିଣୀଙ୍କ ଦ୍ୱାରା ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *