ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଧର୍ମଘଟଆଙ୍କ
Date-09/07/25*ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଧର୍ମଘଟଆଙ୍କର-ଜଗତସିଂହପୁର ଠାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦେଶ ବ୍ୟାପି ଧର୍ମଘଟକୁ ନେଇ ବିକ୍ଷୋଭ ପଦର୍ଶନ କରାଯାଇଛି । ଆନ୍ଦୋଳନକାରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ । ତେବେ ଜିଲାରେ ଦୋକାନ ବଜାର ସବୁ ଖୋଲା ଥିବାବେଳେ ଧର୍ମଘଟର ସେପରି କୌଣସି ପ୍ରଭାବ ପଡି ନ ଥିବାର ଦେଖା ଯାଇଥିଲା । ଏବେ ଏହି ଧର୍ମଘଟ ରେ ବିଭିନ୍ନ ଟ୍ରେଡ଼ ୟୁନିୟନ ସହିତ ଜଡିତ ଥିବା ଆଶା ଓ ପାଚିକା ସଂଘର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।
।ଜଗତସିଂହପୁର ରୁ ରୀତା ସାହୁ
