ଆମ ବ୍ୟାଙ୍କ ବଳସକୁମ୍ପା ଗୃହ ନିର୍ମିତ ହୋଇ ବ୍ୟାଙ୍କ ଖୋଲି ନାହିଁ ।

କନ୍ଧମାଳ ତା ୦୯/୭/୨୦୨୫ ଖଜୁରୀପଡା ବ୍ଲକ ର ବଳସକୁମ୍ପା ପଂଚାୟତରେ ଜିଲ୍ଲା ପରିଷଦ 5th SFC GIA ପାଣ୍ଠି ରୁ ଦଶଲକ୍ଷ ଟଙ୍କା ବିନିଯୋଗ ରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଏକ ବ୍ୟାଙ୍କ ସେବା ଗୃହ ନିର୍ମିତ ହୋଇଥିଲା! ଗୃହଟି ୨୪ ମସିହାରେ ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ବ୍ୟାଙ୍କ ସେବା ୭ ମାସ ହେଲା ସେବା ଆରମ୍ଭ ହୋଇନାହିଁ! ଏପରିକି କେଉଁ ବ୍ୟାଙ୍କ ଖୋଲିବ ଲୋକେ ଜାଣିପାରୁନାହାନ୍ତି! ଚାଷୀ ମୁଲିଆ, ବ୍ୟବସାୟୀ ଓ ସାଧାରଣ ଜନତା ବ୍ୟାଙ୍କ ସେବା ଯୋଗାଇବା ପାଇଁ ପ୍ରଶାସନ ଏହି ଗୃହ ନିର୍ମାଣ କରିଥିଲା!ତୁରନ୍ତ ବ୍ୟାଙ୍କ ସେବା ପ୍ରଦାନ ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବୀ କରୁଛନ୍ତି!

Leave a Reply

Your email address will not be published. Required fields are marked *