ଅନିର୍ଦିଷ୍ଟ କାଳ ପାଇଁ ଗୋଛାପଡା ଘରୋଇ ଡ୍ରାଇଭର ସଙ୍ଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ।

କନ୍ଧମାଳ ୦୯/୦୭/୨୦୨୫ ଫିରିଙ୍ଗିଆ ଛଅ ଦଫା ଦାବୀ ପୂରଣ ନେଇ ରାଜ୍ୟ ସଙ୍ଘ ର ସ୍ଟେରିଙ୍ଗ ଛାଡ଼ ଧର୍ମଘଟ ଡାକରାରେ କନ୍ଧମାଳ ଜିଲ୍ଲା ଗୋଛାପଡା ପଞ୍ଚାୟତ ରେ ଗୋଛାପଡା ଛକରେ ଡ୍ରାଇଭର ସଂଘର ସଭାପତି ତ୍ରିନାଥ ବିନ୍ଧାଣି ଓ ସମ୍ପାଦକ ଆଲୋକ କୁମାର ସାହୁ, ଓ ଉପଦେଷ୍ଟା କୁଲୁ ଦିଗାଲ, ସର୍ବେଶ୍ୱର ନାୟକ, ଓ ସ୍ୱାଧୀନ ସାହୁ ଙ୍କ ନେତୃତ୍ୱରେ ଗତ ଆଠ ତାରିଖରୁ ଧର୍ମଘଟ ଆରମ୍ଭ ହୋଇଛି! ଗୋଛା ପୋଡା ଛକରେ ଡ୍ରାଇଭର ମାନେ ଧାରଣାରେ ବସିଛନ୍ତି! ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱର ପି ଏମ ଜି ଛକରେ ରାଜ୍ୟ ସଙ୍ଘ ଆନ୍ଦୋଳନ କରିଥିଲା! ସରକାର ଗୋଟିଏ ଦାବୀ ପୂରଣ କରିଥିଲେ ମଧ୍ୟ ଅନ୍ୟ ୬ ଗୋଟି ବଡ଼ ବଡ଼ ଦାବୀ ପୂରଣ କରିନାହାନ୍ତି! ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର୍ସ ୱେଲଫର ବୋର୍ଡ ରେ ଅଟୋ ଡ୍ରାଇଭର କୁ ସାମିଲ କରିବା, ଜନସାଧାରଣ ର ଆକ୍ରୋଶ ର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା, ବୃତ୍ତିଗତ ଡ୍ରାଇଭର ଙ୍କୁ ଷାଠିଏ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଗାଡି ପାର୍କିଙ୍ଗ ଓ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ପାର୍କିଙ୍ଗ ସ୍ଥାନ ଓ ବିଶ୍ରାମଗାର, ଓ ଶୌଚାଳୟ ବ୍ୟବସ୍ଥା ପ୍ରତୀ ଶହେ କିମି ଆନ୍ତରରେ କରାଯିବା, ପ୍ରତ୍ୟେକ ଖଣିଖାଦାନରେ ଓ କାରଖାନା ଗୁଡିକରେ ଶତକଡା ଶତୁରୀ ଭାଗ ଓଡିଶା ର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦେବା, ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘଷୋଣା କରିବା,ଓ ଗାଡିର କାଗଜ ପତ୍ର ଯାଞ୍ଚ କରିବା କ୍ଷମତା ପୋଲିସ ବିଭାଗକୁ ନ ଦେବା ପ୍ରଭୃତି ଦାବୀ ସମୂହ ର ଅନ୍ତର୍ଭୁକ୍ତ! ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦିଷ୍ଟ କାଳପାଇଁ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଚାଲୁରହିବ ବୋଲି ସଭାପତି ତ୍ରିନାଥ ବିନ୍ଧାଣି ପ୍ରକାଶ କରିଛନ୍ତି! ଧର୍ମଘଟ ଯୋଗୁଁ ଯାତ୍ରୀ ଓ ମାଲ ବୋଝେଇ ନେବା ବ୍ୟବସ୍ଥା ବାଧା ପ୍ରାପ୍ତ ହୋଇଛି!

Leave a Reply

Your email address will not be published. Required fields are marked *