ସରକାରୀ ଜମି ଜବରଦଖଲ କରି ବେଆଇନ୍ ନିର୍ମାଣ

କୋଣାର୍କ,୦୯.୦୭- କୋଣାର୍କ ଚନ୍ଦ୍ରଭାଗା ମୂଖ୍ୟ ରାସ୍ତା କଡ ହେଲିପ୍ୟାଡ ସମ୍ମୁଖରେ ବାଲୁଖଣ୍ଡ ଅଭୟାରଣ୍ୟକୁ ଲାଗିକରି ଥିବା ସରକାରୀ ଜମିକୁ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟଳୟରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଓ ତାଙ୍କ ଝିଅ ମାନେ କେତେକ ଅସାଧୁ ଖଳ ପ୍ରକୃତି ଲୋକ ଓ କୁଜି ନେତାଙ୍କୁ ଧରି ପ୍ରଥମେ ପାଲ ଟାଣି ଜବରଦଖଲ କରିବା ସହ ବାଲି ମାଟି ପୋତି ବେଆଇନ ଗୃହ ନିର୍ମାଣ କାର୍ଯ୍ୟ କରିଥିଲେ। ଏନେଇ ଗଣମାଧ୍ୟମ ଜରିଆରେ ଖବର ପ୍ରକାଶ ପାଇବା ପରେ ମଧ୍ଯ ସ୍ଥାନୀୟ ରାଜ୍ଵସ ନିରୀକ୍ଷକ ଓ ତହସିଲଦାର ମଧ୍ଯ ଚୁପ୍ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ରେ ଅଭିଯୋଗ ହେବା ପରେ ପୁରୀ ଜିଲ୍ଲାପାଳ ସ୍ଥାନୀୟ ଗୋପ ରାଜ୍ଵସ କାର୍ଯ୍ୟାଳୟ, ପର୍ଯ୍ୟଟନ ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଯାହା ଫଳରେ ତହସିଲ ପ୍ରଶାସନ ବାଧ୍ୟ ହୋଇ କାର୍ଯ୍ୟ ବନ୍ଦ କରିଛନ୍ତି। ସୁଚନା ଅନୁଯାୟୀ ଉକ୍ତ କର୍ମଚାରୀ ନିଜ କାମ ଛାଡି ଝିଅଙ୍କୁ ଧରି ଇକୋ ସେନ୍ସିଟିଭ ଜୋନ୍ ରେ ଥିବା ତଥା ବାଲୁଖଣ୍ଡ ଅଭୟାରଣ୍ୟ ଓ ଜାତୀୟ ରାଜପଥକୁ ଲାଗିଥିବା ସରକାରୀ ଜମି ଜବରଦଖଲ କରି ବାଲୁକା କଳା ନାଁରେ ହଡ଼ପ କରି ବେଆଇନ୍ ନିର୍ମାଣ କରିଥିଲେ। ପୁରୀ ଜିଲ୍ଲାପାଳ ଓ ଉପ ମୂଖ୍ୟମନ୍ତ୍ରୀ ଜମି ଦେଇଛନ୍ତି ବୋଲି ମିଥ୍ୟା ପ୍ରଘଟ କରି ଜମି ମାଡ଼ି ବସିଥିଲେ। ସବୁ ଜାଣି ମଧ୍ୟ ସ୍ଥାନୀୟ ତହସିଲ ପ୍ରଶାସନ ଚୁପ ବସିଥିଲା। ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ଵସ ବିଭାଗ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ମଧ୍ଯ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଯାହା ଫଳରେ ପ୍ରଶାସନ ବନ୍ଦ କରିଛି। କିନ୍ତୁ କେବେ ବେଆଇନ୍ ନିର୍ମାଣ କାର୍ଯ୍ୟ ଭଙ୍ଗାଯିବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *