କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବ୍ରହ୍ମପୁରରେ ଧର୍ମଘଟ ପାଳନ

ବ୍ରହ୍ମପୁର – ବିଭିନ୍ନ ଶ୍ରମିକ ସଂଘଠନ ପକ୍ଷ ରୁ ଧର୍ମଘଟ ପାଳନ ବ୍ରହ୍ମପୁର ରେ ସଫଳ ହୋଇଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ, ଟେଲିକମ ଓ ରେଳ ଷ୍ଟେସନ ରେ ବିକ୍ଷୋଭ କରିଥିଲେ । ବ୍ରହ୍ମପୁର ରୁ ଘରୋଇ ବସ ସମ୍ପୂର୍ଣ୍ଣ ବନ୍ଦ ଥିଲା । ସେମାନଙ୍କ ଦାବୀ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କର, ଚାଷୀ ଫସଲର ଲାଭଜନକ ଦର ପାଇଁ ଆଇନ ପ୍ରଣୟନ କର, ଦର କମାଅ, ସରକାରୀ ସମ୍ପତ୍ତି ବିକ୍ରୀ ବନ୍ଦକର, ଖାଲିପଦବୀ ପୂରଣ କରି ନିଯୁକ୍ତି ଦିଅ ସମେତ ୧୭ଦଫା ଦାବିରେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଦେଶ ବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଆଜି CITU, AITUC, INTUC ,AIUTUC ପକ୍ଷରୁ ମିଳିତ ଭାବେ ପିକେଟିଂ କରାଯାଇଛି।ପୁରୁଣା ବସ ଷ୍ଟାଣ୍ଡର ପୋଷ୍ଟ ଅଫିସଠାରୁ ଆରମ୍ଭ କରି ସହରର ବ୍ୟାଙ୍କ, ବୀମା, ଟେଲିକମ ଓ ସରରକାରୀ ଅଫିସ ଦପ୍ତର ବନ୍ଦକରାଯାଇଥିଲା।ଏଥିରେ CITU ର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିଵ ପ୍ରସାଦ ମହାପାତ୍ର,ଗୋପାଳ ପାଣିଗ୍ରାହୀ AITUC ର ପ୍ରଦୀପ ସେଠି, କାମଦେବ ନାହାକ, ପ୍ରଫୁଲ ଜେନା, ରୋହିତ ବିଶୋଇ,INTUC ର ଭୋକାଲି ସେଠି ଓ AIUTUCର ସୋମନାଥ ବେହେରା ଓ ପପୁନ ସାହୁ ଓଶ୍ରୁର AVS ପାତ୍ର, ସୁବୋଧ ସାହୁ,ମଧୁ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।ସେହିଭଳି ଧର୍ମଘଟକୁ ସମର୍ଥନ ଜଣାଇ ସିପିଏମ, ସିପିଆଇ ଓ କଂଗ୍ରେସ ଦଳ ପକ୍ଷରୁ ରେଳ ଷ୍ଟେସନଠାରେ ଏକ ସଂହତି ସଭା ଆୟୋଜିତ କରି ଧର୍ମଘଟକୁ ସମର୍ଥନ କରିବା ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ।ଏଥିରେ ସିପିଏମର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ, ସିପିଆଇର ପ୍ରଦୀପ ସେଠି, କଂଗ୍ରେସର ଭୋକାଲି ସେଠି ସମେତ ଗୋକୁଳ ତ୍ରିପାଠୀ,ବାବୁଲା ନାୟକ, ହରି ନାହାକ,ଚିଟିବାବୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *