ସକ୍ରିୟ ଓ ତୀବ୍ର ବିଶୋଧନ ଅଭିଯାନ
ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡ଼ାଇରିଆ , ମ୍ୟାଲେରିଆ , ଡେଙ୍ଗୁ ନିରାକରଣ ନିମନ୍ତେ ସକ୍ରିୟ ଓ ତୀବ୍ର ବିଶୋଧନ ଅଭିଯାନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଗୋଷ୍ଟି ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସଙ୍କ ତତ୍ତ୍ଵାବଧାନରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର,ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର, ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଗାଁ କଲ୍ୟାଣ ସମିତି ଏହି ଅଭିଯାନରେ ସାମିଲ ହୋଇଥିଲେ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପ କେନ୍ଦ୍ର ଓ ଗାଁ କଲ୍ୟାଣ ସମିତି ପକ୍ଷରୁ ସଫେଇ ସହ ଆଶା ଓ ସ୍ବାସ୍ଥ୍ୟ କର୍ମଚାରୀ ଘରକୁ ଘର ବୁଲି ଡ଼ାଇରିଆ , ମ୍ୟାଲେରିଆ , ଡେଙ୍ଗୁ ନିରାକରଣ ନିମନ୍ତେ ସଚେତନ କରାଇଥିଲେ। ଗ୍ରାମ ସଫାଇ, ଜଳ ଉତ୍ସ ବିଶୋଧନ, ନିୟମିତ ହାତଧୁଆ ଅଭ୍ୟାସ, ମଶାରୀ ବ୍ୟବହାରର ଗୁରୁତ୍ଵ ମଶା ବଂଶ ବୃଦ୍ଧି ରୋକିବା ଆଦି କାର୍ଯ୍ୟକ୍ରମ କରାଯାଇଥିଲା ଶୃଦ୍ଧ ପାଣି ପିଇବା, ଘର ଚାରିପାଖ ସଫା ରଖିବା, ନିୟମିତ ସାବୁନ ରେ ହାତ ଦୋଇବା ଓ ମଶାରୀ ଟାଣି ନୀତି ଶୋଇବା ନିମନ୍ତେ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେବା ସହ ଓ ଏହି ଅଭିଯାନ ୧୧ ଜୁଲାଇ ଯାଏ ଚାଲିବ ବୋଲି କହିଥିଲେ। ଏହି ଅଭିଯାନରେ ଜନ ସ୍ଵାସ୍ଥ୍ୟ ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ, ବ୍ଲକ କ୍ରାଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ,ଦୀପକ ଦଳବେହରା, ମନୋରଞ୍ଜନ ସାହୁ, ରାଧେଶ୍ୟାମ ପ୍ରଧାନ, ଭରତ ବେହେରା, ଗୁଣନିଧି ରାଉତ, ମମତା ସାମନ୍ତରା,,କଳ୍ପନା ପୃଷ୍ଟି ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଜଗ କରିଥିଲେ।
