ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷ୍ୟରୁ ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଂଚାଅ ସମାବେଶ ପାଇଁ ପ୍ରସ୍ତୁତି ବୈଠକ।

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ନୟାଗଡ଼ ସ୍ତିତ କେ.ସି କ୍ଲବ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓଡିଶା ଦାୟିତ୍ୱ ରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲୁ ଯୋଗ ଦେଇ ଓଡ଼ିଶାରେ ବିଜେପି ସରକାର ଶାସିତ ସମୟରେ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାର 11ବର୍ଷ ଶାସନ କାଳ ମଧ୍ୟରେ ନଗରୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁନ କରିଛନ୍ତି। ଯଥା କୌଣସି ରାଜନେତା ଦେଶର ହିତ ପାଈ ଯଦି କୁହନ୍ତି ଈ.ଡ ଓ ସିବିଆଇ ଡର ଦେଖାଇ ତାଙ୍କ ମୁହଁ ବନ୍ଦ କରନ୍ତି ପତ୍ରକାର ଯଦି କିଛି ସତ୍ୟ କଥା ପ୍ରକାଶ କରନ୍ତି ତାଙ୍କ ଚ୍ୟାନେଲ କୁ ବ୍ୟନ୍ କରାଯାଏ ଓ ତାଙ୍କୁ ଜେଲ କୁ ପାଠା ଯାଏ । ଛାତ୍ର ସମାଜ ଯଦି ସରକାରଙ୍କୁ ପ୍ରଶ୍ନ କରନ୍ତି ତାଙ୍କୁ ଦେଶ ଡ୍ରୋହି କହି ଜେଲ କୁ ପଠାନ୍ତି, ଚାଷୀ ତାର ହାକ୍ ପାଏନି, ଆଦିବାସୀ ହରିଜନ ଓ ପଛୁଆ ବର୍ଗର ଲୋକ ତାଙ୍କ ସାମାଜିକ ନ୍ୟାଅ ପାଆନ୍ତି ନାହିଁ। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ୟାଶୀର ନୱାଜ ଯୋଗ ଦେଇ ରାଜ୍ୟ ସରକାରଙ୍କର 1ବର୍ଷ ପୂର୍ତ୍ତି ରାଜ୍ୟ ବାସୀଙ୍କ ପାଇଁ ପ୍ରତାରଣାର ବର୍ଷ।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଫଳତାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆଠାରେ ସମ୍ବିଧାନ ବଂଚାଅ ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମାଳିକାର୍ଯୁନ ଖଡଗେ ଓ ଲୋକସଭା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉପସ୍ଥିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ସହଯୋଗ କାମନା କରିଥିଲେ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ ଲାଲ୍ଲୁ ଆନ୍ଦୋଳନରତ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ 7 ଦଫା ଦାବିକୁ ସମର୍ଥନ ଜଣାଇ ଆଗାମୀ ବିଧାନସଭା ବୈଠକ ରେ ଦାବି ଉପସ୍ଥାପନ କରିବା ପାଇଁ ଆନ୍ଦୋଳନରତ ଦିଭର୍ ଭାଇମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଏହି ବୈଠକରେ ପୂର୍ବତନ ସାଂସଦ ନକୁଳ ନାୟକ,ପୂର୍ବତନ ସଭାପତି ରଞ୍ଜିତ ଦାସ, ପିସିସି ସଭ୍ୟ ହୁସେନ ଖାନ୍, ବରିଷ୍ଟ କଂଗ୍ରେସ ନେତା ମନୋଜ ସାହୁ,ପୂର୍ବତନ ଜିଲ୍ଲା ସଭାପତି ସରୋଜ ପରିଡ଼ା,ରଣପୁର ବିଧାୟକ ପାର୍ଥି ବିଭୁ ପ୍ରସାଦ ମିଶ୍ର, ଖଣ୍ଡପଡ଼ା ପାର୍ଥୀ ବୈଯ୍ୟନ୍ତି ମାଳା ମହାନ୍ତି, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପ୍ରତୀକ ମହାପାତ୍ର, ବସନ୍ତ ମହାରଣା, ବିନୋଦିନୀ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ନାୟକ, ଫକୀର ମଲ୍ଲ, ଧୂର୍ବ ଚନ୍ଦ୍ର ପରିଡା, ସୁକାନ୍ତ ଶତପଥୀ, ଆଦିତ୍ୟ ପରିଡ଼ା, ଉମେଶ ପଟ୍ଟନାୟକ, ଅଶୋକ ନାୟକ, ବୁଲୁ ପରିଡ଼ା, ପୀତବାସ ଖୁଣ୍ଟିଆ, ବିର ଅବୁବକର ଶିଦିକି, ପ୍ରକାଶ ଚନ୍ଦ୍ର ନାୟକ, ଅମଜାଦ ଖାନ୍, ଦିଲ୍ଲୀପ ଖୁଣ୍ଟିଆ, ଆଲୋକ ଚନ୍ଦ୍ର ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ନିଲୁ ଷଡ଼ଙ୍ଗୀ, ସଞ୍ଜୟ ମହାନ୍ତି,ବାବୁଲି ଧଳ, ଜୀବନ ଜ୍ୟୋତି ରାଉତ, ଅମ୍ଳାନ ଅଂଶୁମାନ ସାହୁ, ଶାଶ୍ଵତ ପ୍ରଧାନ,ଅନୁରାଗ ସ୍ୱାଇଁ, ଦିଲ୍ଲୀପ ବିଶୋଇ, ଭାରତ ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ସର୍ବଶେଷରେ ଛାତ୍ର କଂଗ୍ରେସ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ।ସତ୍ୟବ୍ରତ ନାୟକ*ସଭାପତି*ନୟାଗଡ ଜିଲ୍ଲା କଂଗ୍ରେସ କମିଟି l

Leave a Reply

Your email address will not be published. Required fields are marked *