ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହକାକଟପୁର,୦୯/୦୭:କାକଟପୁର ବ୍ଲକର ଅଗ୍ରଣୀ ବାଳିକା ବିଦ୍ୟାଳୟ ବାଙ୍ଗୁରିଗାଁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ଦେଇ ଓ ସହକାରୀ କର୍ମଚାରୀ ଶିବାରାମ ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବହୁ ଆଡମ୍ବର ସହିତ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧକ୍ଷ ଚିତ୍ତ ରଞ୍ଜନ ରାଉତ, ଶିକ୍ଷାବିତ୍ ଶ୍ରୀଯୁକ୍ତ ଶୈଲ୍ୟନ କୁମାର ପାତ୍ର , ଶାନ୍ତୁନ କୁମାର ମିଶ୍ର, ଭଗବାନ ସାହୁ, ଅଶୋକ ପାତ୍ର, ଦେବେନ୍ଦ୍ର ନାଥ ସାହୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ସମାଜ ସେବୀ ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଦାୟୀ ବ୍ୟକ୍ତିତ୍ୱ ଙ୍କର ଗୁଣ ଗାନ କରିଥିଲେ ଓ ଅବଶିଷ୍ଟ ଜୀବନ ସୁସ୍ଥ ଓ ନିରୋଗ ରହୁ ବୋଲି ଭଗବାନ ଙ୍କ ପାଖରେ ପ୍ରାଥନା କରିଥିଲେ। ସ୍ୱାଗତ ସମସ୍ତଙ୍କୁ ଆନନ୍ଦ ବା ସୁଖ ଓ ବିଦାୟ ଦୁଃଖ ବା କଷ୍ଟ ଦେଇଥାଏ ବୋଲି ମୁଖ୍ୟ ବକ୍ତା ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ସସ୍ମିତା ତ୍ରିପାଠୀ ପ୍ରେରଣାଦାୟୀ, ସୃତି ମଧୁର ବାର୍ତ୍ତା ପ୍ରଦାନକରି ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ। ଶେଷରେ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ବିଦାୟୀ ଶିକ୍ଷୟତ୍ରୀ ଓ ସହକାରୀ କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇ ବିରାଟ ଶୋଭାଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ।

Leave a Reply

Your email address will not be published. Required fields are marked *