ମାଟି ଘର ଭୁଷୁଡି ଜଣେ ମହିଳା ମୃତ

Date:- 10/07/2025 Place:-:- ଭଦ୍ରକ ମୁନିସିପାଲଟ ୧୭ ନମ୍ବର ୱାର୍ଡ ବୁଧବାର ହାଟ ର ଶ୍ରୀ ମତି ରମା ଦାସ, ନାମକ ମହିଳା ବୟସ ୪୮ ମା ପୁଅ ରାତି ରେ ଘରେ ଶୋଇଥିବା ବେଳେ ମଧ୍ୟ ରାତ୍ରୀ ରେ ମାଟି କାନ୍ଥ ଭୁଷୁଡି ପଡି ଥିଲା । ମାଁ ର ମୃତ୍ୟୁ ହୋଇଥିବା ବେଳେ ପୁଅ କୁ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ହେଲେ ପୁଅ ର ମୁଣ୍ଡଦୋଷ ରହିଛି ,ଏ ବିଷୟରେ ବିଗତ ବାତ୍ୟା ରେ ଜିଲ୍ଲାପାଳ ତହସିଲଦାର ପାଖରେ ଅଭିଯୋଗ କରିଥିଲେ କିନ୍ତୁ ଫଳ ଶୁନ୍ୟ ଆଜି ର ଘଟଣା ଗ୍ରାମ ର ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିଛନ୍ତି

ତାଙ୍କର କହିବା ଅନୁଯାଇ ତାଙ୍କୁ କାଉନସିଲର ବାରମ୍ୱାର ପ୍ରତିଶ୍ରୁତି ଦେଉଥିଲେ ଓ ପ୍ରଶାସନ କୁ ଅଭିଯୋଗ କଲା ପରେ ବି କିଛି ପଦକ୍ଷେପ ନିଆଯାଇ ନାହିଁ ପ୍ରଶାସନ ର ଉଚିତ ପଦେକ୍ଷପ ନିଆଯାଇନଥିବା ରୁ ଗୋଟିଏ ମା ର ଜୀବନ ଚାଲିଗଲା ମୁଣ୍ଡଦୋଷ ଥିବାପିଲା ଟା ର କଣହବ ତାକଥା କିଏ ବୁଝିବ ପ୍ରଶାସନ କୁ ଅନୁରୋଧ ତଙ୍କପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ, ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *